/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749979470.jpg)
Bus Accident
ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଖୋର୍ଦ୍ଧାର ପିତାପଲ୍ଲୀଠାରେ ଆଜି ଏହି ଦୁର୍ଘଟଣା ଘଟିଛି । ଏଥିରେ ୭ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ନୀଳକଣ୍ଠ ନାମକ ବସ୍ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧା ପିତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ରେ ପ୍ରାୟ ୫୦ ଯାତ୍ରୀ ଥିଲେ । ୭ ଯାତ୍ରୀ ଆହତ ହୋଇଛନ୍ତି । #BusAccident#Odisha#Bhubaneswar#OTVpic.twitter.com/Xgfy13ktQG
— ଓଟିଭି (@otvkhabar) June 15, 2025
ଦୁର୍ଘଟଣାରେ ବସ୍ର କାଚ ଏବଂ ସମ୍ମୁଖ ଭାଗ ପୂରା ଚୁରମାର୍ ହୋଇଯାଇଛି । ବସ୍ର ଗୋଟିଏ ଚକା ବାହାରି ଯାଇଥିବା ବି ଦେଖାଯାଇଛି ।ଖବର ପାଇ ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି । ରାସ୍ତା ଉପରୁ ଦୁର୍ଘଟଣାଗ୍ରସ୍ତ ବସ୍କୁ ହଟାଯାଇ ଯାତାୟତ ସ୍ୱାଭାବିକ କରାଯାଉଛି । ତେବେ କେମିତି ଏହି ଦୁର୍ଘଟଣା ହେଲା ସେନେଇ ଛାନଭିନ୍ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)