ବଜେଟ୍-୨୨ରୁ କେତେ ଫାଇଦା ମିଳିବ ଓଡ଼ିଶାକୁ? ପାଇବ ତ ମାଗିଥିବା ହକ୍? ସାଧାରଣ ବଜେଟ୍ ପାଇଁ ଢେର୍ ପୂର୍ବରୁ ରାଜ୍ୟର ଓ୍ବିସ୍ ଲିଷ୍ଟ ଦାଖଲ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ରାଜପଥ, ପାନୀୟ ଜଳ ଓ ଅଧିକ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏହାଛଡ଼ା ରେଳ ବଜେଟ୍ରେ ରାଜ୍ୟ ଲାଗି ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ସହ ୯୦:୧୦ ହାରରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ପାଇଁ ଦାବି ରଖିଛି ରାଜ୍ୟ
ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। କଣ କହିଲେ ଉଭୟ ବିଜେଡି ଓ କଂଗ୍ରେସ, ପଢନ୍ତୁ