Advertisment

ଗରିବଙ୍କ କାମରେ ଆସିବ ବଜେଟ୍ ୨୦୨୨-୨୩

ଚଳିତ ବଜେଟ୍‌ରେ ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍‌ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Budge Highlight, helpful for poor

Budge Highlight, helpful for poor

ନୂଆଦିଲ୍ଲୀ: କୋଭିଡ୍ ମାଡ଼ରୁ ମୁକୁଳି ଗତିଶୀଳ ହୋଇଥିବା ଅର୍ଥନୀତିକୁ ଅଧିକ ବଳ ଯୋଗାଇବା ଲାଗି ବ୍ୟବସ୍ଥା କରି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍‌ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହେବ।

Advertisment

ମହିଳା, ଯୁବବର୍ଗ, କୃଷକ ଏବଂ ଏସ୍‌ସି-ଏସ୍‌ଟି ଏହି ଚାରି ବର୍ଗକୁ ଫୋକସ୍‌ରେ ରଖି ଅର୍ଥନୀତିର ସାମଗ୍ରିକ ବିକାଶ ପାଇଁ ବଜେଟ୍‌ରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ବଜେଟ୍ ବ୍ୟବସ୍ଥା ଅନ୍ତର୍ଗତ ଆଗାମୀ ୩ ବର୍ଷରେ ଦେଶରେ ୪ଶହ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିବ। ଏହି ସମୟ ମଧ୍ୟରେ ଆଉ ଶହେ କାର୍ଗୋ ଟର୍ମିନାଲ୍‌ ନିର୍ମାଣ ହେବ। ୨୦୨୨-୨୩ ବର୍ଷରେ ୨୫ ହଜାର କିଲୋମିଟର ରାଜପଥ ନିର୍ମାଣ ଲକ୍ଷ୍ୟ ରଖାଯାଇଛି।

ଉତ୍ତର-ପୂର୍ବ ଭାରତରେ ଗମନାଗମନରେ ସୁବିଧା ଲାଗି ପର୍ବତମାଳା ଯୋଜନାରେ ୮ଟି ରୋପ୍-ୱେ ନିର୍ମାଣ କରାଯିବ। ସେହିପରି ୫ଟି ନଦୀ ସଂଯୋଗୀକରଣ ଯୋଜନା ଚୂଡ଼ାନ୍ତ ହୋଇଥିବା ସୀତାରମଣ କହିଛନ୍ତି।

Advertisment

ସେହିପରି ଶିଳ୍ପ ବିକାଶ ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ସୀତାରମଣ। ୨୦୨୨-୨୩ ପାଇଁ ପୁଞ୍ଜିଗତ ନିବେଶକୁ ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟି ଟଙ୍କାକୁ ବଢାଇ ଦିଆଯାଇଛି, ଯାହାକି ଗତବର୍ଷ ତୁଳନାରେ ୩୫.୪% ଅଧିକ ଓ ଜିଡିପିର ପ୍ରାୟ ୨.୯ ପ୍ରତିଶତ ଆଇଟି ହାରର୍ଡୱେୟର ସମେତ ୧୪ଟି କ୍ଷେତ୍ରରେ ପ୍ରଡକ୍ଟ ଲିଙ୍କଡ ଇନ୍‌ସେନ୍‌ଟିଭ୍ ବା PLI ମାଧ୍ୟମରେ ଆସନ୍ତା ୫ ବର୍ଷରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ଲାଗି ଷ୍ଟାର୍ଟ-ଅପ୍‌ ମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏ ବାବଦକୁ ବରାଦ ଅର୍ଥର ୬୮ ପ୍ରତିଶତ ସାମଗ୍ରୀ ଦେଶୀ କମ୍ପାନିଙ୍କଠାରୁ କ୍ରୟ କରାଯିବ। କୃଷି କ୍ଷେତ୍ରର ବିକାଶ ଲାଗି ବି ବଜେଟ୍‌ରେ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଏମ୍ଏସ୍‌ପି ସହାୟତା ବାବଦକୁ ୨. ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି। କୃଷି କ୍ଷେତ୍ରରେ କିଷାନ୍ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହନ କରାଯିବ। ଏହାଦ୍ୱାରା ଔଷଧ ସିଞ୍ଚନ, ଫସଲ ଆକଳନ ଆଦିରେ ଚାଷୀଙ୍କୁ ସହାୟତା ମିଳିବ।

ସେହିପରି ରସାୟନ ମୁକ୍ତ ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟମାନଙ୍କର ଆର୍ଥିକ ବିକାଶ ଲାଗି କେନ୍ଦ୍ର ଋଣ ଆକାରରେ ୧ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବ। ସେପଟେ ଅନ୍‌ଲାଇନ୍ କାରବାରରେ ସୁବିଧା ଲାଗି ଦେଢ଼ ଲକ୍ଷ ପୋଷ୍ଟ୍‌ ଅଫିସ୍‌କୁ କୋର୍ ବ୍ୟାଙ୍କିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ।

ବଜେଟ୍‌ରେ ସାମାଜିକ କ୍ଷେତ୍ର ପ୍ରତି ବି ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳା ଓ ଶିଶୁଙ୍କ ବିକାଶ ଲାଗି ୩ଟି ନାରୀ କୈନ୍ଦ୍ରିକ ମିଶନର ଶୁଭାରମ୍ଭ କରାଯିବ। ଏଥିରେ ମିଶନ ଶକ୍ତି, ମିଶନ ଅଙ୍ଗନବାଡି ଓ ମିଶନ ବାତ୍ସଲ୍ୟକୁ ପ୍ରୋତ୍ସାହିତ କରାଯିବ। ଦେଶର ୨ ଲକ୍ଷ ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡ୍ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ୮୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।

ଏଥିଲାଗି ବଜେଟ୍‌ରେ ୪୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ‘ହର୍‌ ଘର୍‌ ଜଲ୍’ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୬୦ ହଜାର କୋଟି ବ୍ୟୟବରାଦ କରାଯାଇଛି। କୋଭିଡ୍ ସଂକ୍ରମଣ କାରଣରୁ ଅନେକ ଲୋକ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଚ୍ୟାଲେଞ୍ଜ୍‌ର ମୁକାବିଲା ଲାଗି ନ୍ୟାସ୍‌ନାଲ୍‌ ଟେଲି ମେଣ୍ଟାଲ୍‌ ହେଲ୍‌ଥ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବଜେଟ୍‌ରେ ରହିଛି।

Budget 2022
Advertisment
Advertisment