Advertisment

Uttarakhand: ଉତ୍ତରକାଶୀ-ଧରାଲୀ ରାସ୍ତା ଅବରୋଧ, ବିମାନ ଯୋଗେ ପହଞ୍ଚିଲେ ଉଦ୍ଧାରକାରୀ ଦଳ

ଉତ୍ତରାଖଣ୍ଡର ଗଙ୍ଗୱାନୀ ନିକଟରେ ପୋଲ ଭୁଶୁଡି ଯିବା ଫଳରେ ଉତ୍ତରକାଶୀ-ଧରାଲୀ ରାସ୍ତା ମଧ୍ୟରେ ଯୋଗତଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏପର୍ଯ୍ୟନ୍ତ ୯ ଜଣ ଯବାନ ଓ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

author-image
Chinmayee Sahoo
Uttarkashi

Uttarkashi

ଉତ୍ତରାଖଣ୍ଡର ଗଙ୍ଗୱାନୀ ନିକଟରେ ଏକ ପବଳ ଜଳ ସ୍ରୋତ ଏବଂ ମାଟି ଧସିବା ଯୋଗୁଁ ୫୦ ମିଟର ଲମ୍ବା ଏକ କଂକ୍ରିଟ ପୋଲ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି, ଯାହା ଦ୍ୱାରା ଧରାଲୀ ଏବଂ ହର୍ଷିଲ ସହ ଅନ୍ୟାନ୍ୟ ସହରଗୁଡ଼ିକର ସଡ଼କ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏହା ଏକ ମଜବୁତ ପୋଲ ଥିବା ବେଳେ ବର୍ତ୍ତମାନ ଏହା ଭଗ୍ନାବଶେଷ ଅବସ୍ଥାରେ ପଡ଼ିଛି।

Advertisment

ଏହି ଧ୍ୱସ୍ତବିଧ୍ବସ୍ତ ଯୋଗୁଁ ଅଞ୍ଚଳଟି ବିପର୍ଯ୍ୟସ୍ତ ହୋଇପଡ଼ିଛି, ଗୁରୁତ୍ୱପୂର୍ଣ୍ଣ ସ୍ଥଳପଥ ସଂଯୋଗ ବିଚ୍ଛିନ୍ନ ହୋଇଛି। ପୁନରୁଦ୍ଧାର ପାଇଁ ଅନେକ ଦିନ ଲାଗିପାରେ। ଉତ୍ତରକାଶୀକୁ ହର୍ଷିଲ ଏବଂ ଧରାଳୀ ସହ ସଂଯୋଗ କରୁଥିବା ପୋଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଏବଂ ଭଟୱାରୀରେ ଅବରୋଧ ହୋଇଥିବା ରାସ୍ତା ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ। ଯାହା ଦ୍ୱାରା ସ୍ଥଳପଥରେ ଧରାଳୀ ପହଞ୍ଚିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିଛି। ଗଙ୍ଗୱାନୀ ପାସ, ଏକମାତ୍ର ବ୍ୟବହାରଯୋଗ୍ୟ ସ୍ଥଳପଥ, ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି, ଅନେକ ସ୍ଥାନୀୟ ବାସିନ୍ଦା ନିକଟସ୍ଥ ସ୍ଥାନରେ ଏକତ୍ରିତ ହୋଇଛନ୍ତି ଏବଂ ଧ୍ବଂସ ହୋଇ ଯାଇଥିବା ପାସକୁ ଅତିକ୍ରମ କରି ନିଖୋଜ ପରିବାର ସଦସ୍ୟଙ୍କୁ ଖୋଜିବା ପାଇଁ ଧରାଳୀ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛନ୍ତି।

ସ୍ଥଳପଥ ସଂଯୋଗ ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ, ଏବେ ସମସ୍ତ ଆଶା ଆକାଶ ପଥ ଉପରେ ନିର୍ଭର କରୁଛି। ହେଲିକପ୍ଟର ମାଧ୍ୟମରେ ଧରାଳୀକୁ ଉଦ୍ଧାରକାରୀ ଦଳ ଏବଂ ରିଲିଫ ସାମଗ୍ରୀ ପଠାଇବାକୁ ଚେଷ୍ଟା କରାଯାଉଛି।

Advertisment

ଉତ୍ତରକାଶୀର ହର୍ଷିଲ ଓ ଧରାଲୀରେ ଖରାପ ପାଗ ଉଦ୍ଧାର ମିଶନର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ବୁଧବାର ସକାଳୁ ପାଗ ଖରାପ ରହିଥିଲା, ବର୍ଷା ଜାରି ରହିଥିଲା, ଯାହାଫଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। କିଛି ସମୟ ପାଇଁ ପାଗ ଫିଟିଥିଲା, ତେଣୁ ଭାରତୀୟ ବାୟୁସେନାର AN-32 ଓ C-295 ବିମାନ ଆଗ୍ରାରୁ ଜୌଲିଗ୍ରାଣ୍ଟ ପହଞ୍ଚିଥିଲେ, ଯାହାଫଳରେ ଉଦ୍ଧାର ମିଶନ ଆରମ୍ଭ ହୋଇପାରିଥିଲା। ହର୍ଷିଲରେ ଭାରତୀୟ ସେନାର ୯ ଜଣ ଯବାନ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଯାଉଛି। ମୋଟ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଅଧିକ ପଢନ୍ତୁ: ପ୍ରକୃତିର ପ୍ରଳୟରେ ସାଂଘାତିକ ସ୍ଥିତି; ଛାରଖାର ଉତ୍ତରକାଶୀ, ଧରାଶାୟୀ ଧରାଲୀ

Uttarakhand Bridge Collapse Landslides
Advertisment
Advertisment