ପୁଣେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ପାଦଚଲା ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଜାରି ରହିଛି ରେସକ୍ୟୁ ଅପରେସନ୍। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୧ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ୮-୧୦ ଜଣ ଭାସି ଯାଇ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣାସ୍ଥଳରେ ଜାରି ରହିଛି ନିଖୋଜଙ୍କ ଉଦ୍ଧାର ଅଭିଯାନ।
କୁଣ୍ଡମାଲା ପର୍ଯ୍ୟଟନସ୍ଥଳୀରେ ଥିବା ପାଦଚଲା ବ୍ରିଜ୍ ଉପରେ ଛିଡ଼ା ହୋଇ ପର୍ଯ୍ୟଟକମାନେ ଫଟୋ ଉଠାଉଥିବାବେଳେ ହଠାତ୍ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଭାସି ଯାଇଥିଲେ ବହୁ ପର୍ଯ୍ୟଟକ । ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ୍ ଟି ଧସି ଯାଇଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ
Also Read
ବ୍ରିଜଟି ଧସିବା ବେଳେ ଘଟଣାସ୍ଥଳରେ ପାଖାପାଖି ୨ଶହରୁ ଅଧିକ ପର୍ଯ୍ୟଟକ ଥିଲେ। କିଛି ପର୍ଯ୍ୟଟକ ବ୍ରିଜ୍ ଭୁଶୁଡ଼ିବାରୁ ବ୍ରିଜ୍ ତଳେ ଚାପି ହୋଇଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ NDRF ସମେତ ସ୍ଥାନୀୟ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ।
ତେବେ ବ୍ରିଜଟିକୁ ପୂର୍ବରୁ ଅସୁରକ୍ଷିତ ଘେ।ଷଣା କରାଯାଇଥିଲା । ବ୍ରିଜ ଭୁଶୁଡିବା ପଛରେ ପର୍ଯ୍ୟଟକଙ୍କ ଭିଡକୁ ବି ଦାୟୀ କରାଯାଉଛି । ସେମାନେ ଘଟଣାସ୍ଥଳରେ ଚେତାବନୀ ବେ।ର୍ଡକୁ ନଜର ଅନ୍ଦାଜ କରିଥିଲେ।
ପେ।ଲିସ ଓ ସ୍ଥାନୀୟ ଲେ।କ ବି ବାରଣ କରିଥିଲେ ବ୍ରିଜ ଉପରକୁ ନଯିବାକୁ ।ଏହି କାରଣରୁ ବ୍ରିଜ ଉପରେ ଭିଡ ହେ।ଇଥିଲା ଓ ଓଜନ ସମ୍ଭାଳି ନପାରି ଭୁଶୁଡିପଡିଥିଲା । ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ବ୍ରିଜଟି ଚାଷୀଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ୨ଶହରୁ ଅଧିକ ପର୍ଯ୍ୟଟକ ବ୍ରିଜ ଉପରେ ଥିବାରୁ ଏଭଳି ଅଘଟଣ ଘଟିଲା ।
ଘଟଣାରେ ଆହତ ହେ।ଇଥିବା ଜଣେ ବ୍ୟକ୍ତି କହିଛନ୍ତି ବ୍ରିଜ୍ ଉପରେ ବହୁତ ଭିଡ ଥିଲା । ୨ପଟୁ ଗାଡି ଆସୁଥିବାରୁ ରାସ୍ତା ଜାମ ହେ।ଇଯାଇଥିଲା । ଲେ।କମାନେ ଗେ।ଟିଏ ଜାଗାରେ ଠିଆ ହେ।ଇଥିଲେ । ବ୍ରିଜ ମଝିରେ ଛିଡା ହେ।ଇଥିବା ଲେ।କ ପାଣିରେ ଭାସିଯାଇଥିଲେ । ଆମେ ପଥର ଉପରେ ପଡି ଆହତ ହେ।ଇଛୁ ।
ଆହତ ହେ।ଇଥିବା ସୁନୀଲ କୁମାର କହିଛନ୍ତି, ଯେତେବେଳେ ମୁଁ ବ୍ରିଜ ଉପରେ ଥିଲି ମତେ ଲାଗିଲା ଏହା ହଲୁଛି । ମେ। ଭଉଣୀକୁ ଏକଥା କହିବା ଆଗରୁ ବ୍ରିଜ ଭୁଶୁଡିପଡିଥିଲା ।
ଆହତ ହେ।ଇଥିବା ଆଉ ଜଣେ ବ୍ୟକ୍ତି କହିଛନ୍ତି ଘଟଣା ଘଟିବାର ୧୫ ମିନିଟ ଭିତରେ ପେ।ଲିସ ଓ ଏନଡିଆରଏଫ ଟିମ ପହଞ୍ଚିଯାଇଥିଲେ । ତାଙ୍କ ଗେ।ଡ ଓ ପିଠିରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏପଟେ ଘଟଣା ନେଇ ମୁଖ୍ୟମନ୍ତ୍ରୀ ସହ କଥା ହେ।ଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।