Advertisment

Bridge Collapse: ଭୁଶୁଡିଲା ବ୍ରିଜ, ନଈରେ ଭାସିଗଲେ ୨୦ ପର୍ଯ୍ୟଟକ...

ପାଦଚଲା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଭାସିଗଲେ ୨୦ ପର୍ଯ୍ୟଟକ । ପୁଣେ ଇନ୍ଦ୍ରାୟଣୀ ନଦୀରେ ଥିବା ପାଦଚଲା ବ୍ରିଜରେ ଘଟିଛି ବଡ଼ ଅଘଟଣ । ଭାସି ଯାଇଥିବା ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋରରେ ଚାଲିଛି ଉଦ୍ୟମ ।

author-image
Namita Biswal
ଅଦ୍ୟତନ ହୋଇଛି
bridge collapses

bridge collapses

ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ । ବ୍ରିଜ ଭୁଶୁଡି ପଡିବାରୁ ଭାସିଗଲେ ୨୦ ପର୍ଯ୍ୟଟକ । ଆଜି ଅପରାହ୍ନରେ ପୁଣେର ତଲେଗାଓଁ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପାଦଚଲା ବ୍ରିଜ ଭୁଶୁଡି ଯାଇଛି । ଏହି ସମୟରେ ବ୍ରିଜ ଉପରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ଛିଡା ହୋଇଥିଲେ । ବ୍ରିଜ ଭୁଶୁଡିବା ପରେ ସମସ୍ତ ପର୍ଯ୍ୟଟକ ନଦୀରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Advertisment

ଅଧିକ ପଢନ୍ତୁ: ପ୍ଲେନ କ୍ରାସ୍‌ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ

ସୂଚନା ମୁତାବକ, ପୁଣେରେ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଆଜି ଅପରାହ୍ନରେ ବହୁସଂଖ୍ୟାରେ ପର୍ଯ୍ୟଟକ ନଦୀ ଉପରେ ଥିବା ଏକ ପୁରୁଣା ପାଦଚଲା ବ୍ରିଜ ଉପରୁ ବଢି ପାଣି ଦେଖୁଥିଲେ । ଏହି ସମୟରେ ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜଟି ଭୁଶୁଡି ପଡିଥିଲା । ଯାହାଫଳରେ ବ୍ରିଜରେ ଥିବା ପ୍ରାୟ ୨୦ ଜଣ ପର୍ଯ୍ୟଟକ ଇନ୍ଦ୍ରାୟାଣୀ ନଦୀରେ ଭାସି ଯାଇଥିଲେ ।

Advertisment

ଖବର ପାଇ ପୋଲିସ ଓ ଅଗ୍ନିଶମ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି । 

ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି, ''ମୁଁ ଡିଭିଜନାଲ କମିଶନର, ତହସିଲଦାର ଓ ପୋଲିସ କମିଶନରଙ୍କ ସହ କଥା ହୋଇଛି । କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ନିଆଯାଇଛି । ଆଉ କିଛି ଲୋକ ଫସି ରହିଛନ୍ତି । NDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ନଦୀରେ କିଛି ଲୋକ ଭାସି ଯାଇଥିବାର ଆଶଙ୍କା ରହିଛି । ମୃତାହତ ସଂଖ୍ୟା ନେଇ ଏ ଯାଏଁ କିଛି ସ୍ପଷ୍ଟ ହୋଇନି ।''

Pune Bridge Collapse Swept Away
Advertisment
Related Articles
Advertisment