IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ CBI ଖୋଳତାଡ଼ କରୁଛି । ବିଷ୍ଣୁପଦଙ୍କ ଭୁବନେଶ୍ବର ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ CBI ପକ୍ଷରୁ ରେଡ୍ ଜାରି ରହିଛି । ଆଜି ସକାଳୁ CBI ର ୮ ଜଣିଆ ଟିମ୍ ଖୋଳତାଡ କରୁଛି ।
Also Read
ତେବେ ପୂର୍ବରୁ ଏହି ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ପୂର୍ବାଞ୍ଚଳ ମୁଖ୍ୟ ଚଞ୍ଚଲ୍ ମୂଖାର୍ଜୀ, ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ପରେ ଏହି ଅଭିଯୁକ୍ତମାନେ ଜାମିନରେ ଆସିଥିଲେ ।
ଅଧିକ ପଢ଼ନ୍ତୁ: ‘ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ଏମିତି ନ ହେଉ’
ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖ ରାତିରେ ହୋଟେଲ ମେ’ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ । ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ । ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଥିଲା ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ । ଯେଉଁଥିପାଇଁ ତାଙ୍କୁ ହାଜର ହେବାକୁ ନୋଟିସ୍ ସହ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଥିଲା ସିବିଆଇ ।
ତେବେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ କାହିଁକି ଜେରା କଲା ସିବିଆଇ ? ଡ୍ରାଇଭରଙ୍କ ଜରିଆରେ ହୋଇଥିଲା କି କିଛି ଡିଲ୍ ? କୌଣସି ପ୍ରକାର ନେଣଦେଣରେ ଏମାନେ ସଂପୃକ୍ତ ଥିଲେ କି ? ଜେରା ପରେ ବିଷ୍ଣୁପଦଙ୍କ ଜଣେ ଡ୍ରାଇଭର ନୃସିଂହ ଶତପଥୀ କିନ୍ତୁ ନିଜ ସଂପୃକ୍ତି ବିଷୟକୁ ଖଣ୍ଡନ କରିଥିଲେ । କହିଥିଲେ ଯାହା ଜାଣିଛି ସିବିଆଇକୁ କହିଛି । ବାବୁ ଅନ୍ୟମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। କୁହାଯାଉଛି, ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା ଏବଂ ବ୍ୟାଙ୍କ ତଥ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ବିଷ୍ଣୁପଦ ଏବଂ ତାଙ୍କ ଡ୍ରାଇଭର ଲିଙ୍କ୍ ।