• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ବିଷ୍ଣୁପଦ ସେଠୀ ଲିଙ୍କ୍ ମାମଲାରେ ଜାରି ରହିଛି ତଦନ୍ତ । ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଘର ଆଗରେ ସରକାରୀ ଅଧିକାରୀ । କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।

ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିବା ସୂଚନା ମିଳିଛି । ଗତ ୧୧ ତାରିଖ ଦିନ ୧୦ଟାରେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସିବିଆଇ ନୋଟିସ କରିଥିଲା । ହେଲେ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ ବିଷ୍ଣୁପଦ ସେଠୀ ।

ଦିଲ୍ଲୀର ଅଶୋକ ହୋଟେଲରେ ତାଙ୍କ ପାଇଁ ବୁକ୍ ହୋଇଥିଲା ରୁମ । ଗୃହ ବିଭାଗ ପକ୍ଷରୁ ତାଙ୍କ ପାଇଁ ରୁମ ବୁକ୍‌ ହୋଇଥିଲା । ଯାହାର ତଥ୍ୟ ସାମ୍ନାକୁ ଆସିଛି । ତେବେ କାହିଁକି ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ । ଚର୍ଚ୍ଚା ହେଉଛି ଭୁବନେଶ୍ୱର ସିବିଆଇରେ ହାଜର ନହୋଇ ଦିଲ୍ଲୀ ସିବିଆଇରେ ହାଜର ହେବାକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି

କିନ୍ତୁ ସିବିଆଇ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା କି ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମନ ପରେ ବି ଏଯାଏ ହାଜର ହେଉନାହାନ୍ତି ବିଷ୍ଣୁପଦ । ଗତକାଲି ତାଙ୍କୁ ପଦରୁ ହଟାଇଥିଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ ।

ସୂଚନା ଅନୁସାରେ, IAS ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ପ୍ରମୁଖ ସଚିବ ବିଷ୍ଣୁପଦ ସେଠିଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ । ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଦାୟିତ୍ୱରେ ଥିଲେ ।

ST/SC, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ୱରେ ମଧ୍ୟ ଥିଲେ ବିଷ୍ଣୁପଦ । ତେବେ ସିବିଆଇ ସମନକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ, ତାଙ୍କୁ ପଦରୁ ହଟାଇଛନ୍ତି ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ: ଆମ୍ବେଦକର ପ୍ରସଙ୍ଗ, ଜୋର ଧରିଲା ରାଜନୀତି; ବିରୋଧୀଙ୍କୁ ଧୋଇଲେ ପ୍ରଧାନମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now