କିଏ ମାରିଛି କି ଫୁଡ ବ୍ଲଗର ସୋନାଲିଙ୍କୁ .. ଆପ୍ଲିକେସନ ବଢ଼ାଇଲା ସନ୍ଦେହ । ଫୁଡ ବ୍ଲଗର ସୋନାଲିଙ୍କ ଶେଷ ଭିଡ଼ିଓ ।
ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ ।
ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।
କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।
ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।
ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି ।
ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି ।
ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ଅପହରଣ ମାମଲା ହୋଇଥିଲା। ଏହାର ସନ୍ଧାନ କରି ପୋଲିସ ହତ୍ୟା ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି ।ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋର ରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରି ଦେବୁ ।
ରାତିର ଅନ୍ଧାର ଠାରୁ ବଳିଯାଉଛି ଶୀତ। କିଏ ଚାଦର ତ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଜାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍ ପାଲଟିଛି ରାତିର ଠିକଣା।
‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।
କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍ ।
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ ।
ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ ।
ଭୁବନେଶ୍ୱର ଇନଫୋସିଟି ଛକରେ ଅନଲାଇନ ଅଟୋ ଚାଳକ ସଂଘର ଧର୍ମଘଟ ସହ ବିଶାଳ ପିକେଟିଂ ।
ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।
ବ୍ୟାଡମିଣ୍ଟନ କର୍କ ଆକୃତିର ବିରାଟ ଷ୍ଟାଡିୟମ୍। ବିଶ୍ବସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ରାତିରେ ଉଡନ୍ତା କର୍କ ଭଳି ଲାଗୁଥିବା ହାଇ ପରଫରମାନ୍ସ ସେଣ୍ଟରରେ ଏବେ ଲାଗିବ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଗହଳି।
ଓଡ଼ିଶାର ଡାକ୍ତର କରିଛନ୍ତି ବିରଳ ସର୍ଜରୀ। ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଡାକ୍ତରୀ ଟିମ୍ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଂଭବ ହୋଇପାରିଛି।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।
ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।