/odishatv-khabar/media/media_files/2025/11/19/air_pollution-2025-11-19-13-36-36.jpg)
AIR_POLLUTION Photograph: (OTV)
ରାଜଧାନୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ । ଲଗାତାର ଏକ ସପ୍ତାହ ହେବ ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ମାନ ନିମ୍ନ ସ୍ତରରେ ରହିଛି। ନଭେମ୍ବର ମାସରେ ବାୟୁର ଏଭଳି ମାନ ଖୋଦ ରାଜ୍ୟ ପ୍ରଦୂଷଣ ବୋର୍ଡ଼ର ଚିନ୍ତା ବଢ଼ାଇଛି। ରାଜ୍ୟରେ ବିଶେଷ ଭାବରେ ଶୀତ ଋତୁରେ ଅର୍ଥାତ୍ ଡିସେମ୍ବର ୧୫ ପରଠାରୁ ଜାନୁଆରୀ ୧୫ ମଧ୍ୟରେ ବାୟୁର ମାନ ନିମ୍ନ ସ୍ତରକୁ ଯାଇଥାଏ।
ହେଲେ ଚଳିତ ବର୍ଷ ନଭେମ୍ବର ମାସରୁ ହିଁ ବାୟୁର ମାନ ଏଭଳି ନିମ୍ନ ସ୍ତରକୁ ଯିବାକୁ ନେଇ ଚିନ୍ତା ବଢ଼ିଛି। ସେପଟେ ଚଳିତ ବର୍ଷ ନଭେମ୍ବର ମାସରେ ଶୀତର ପ୍ରଭାବ ଅଧିକ ଥିବାରୁ ଭୁବନେଶ୍ୱରର AQI ମାନ ଖସିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ବାଲେଶ୍ୱର, ତାଳେଚେର ଏବଂ କଳିଙ୍ଗନଗରରେ ମଧ୍ୟ ନଭେମ୍ବର ମାସରେ ବାୟୁର ମାନ ନିମ୍ନ ସ୍ତରରେ ରହିଛି। ତେବେ ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ।
• ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ
• ଲଗାତାର ସପ୍ତାହେ ଧରି POOR ସ୍ତରରେ ବାୟୁ ପ୍ରଦୂଷଣ ମାନ
• 'ଶୀତର ପ୍ରଭାବ ଅଧିକ ଥିବାରୁ ଭୁବନେଶ୍ୱରରେ ବାୟୁର ମାନ ଖସିଛି'
• କଟକ, ଅନୁଗୁଳ, ବାଲେଶ୍ୱର, ତାଳଚେର ଏବଂ କଳିଙ୍ଗନଗରରେ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ
Nitish Kumar to be CM again: କାଲି ବିହାରରେ ନୂଆ ସରକାର: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

Massive fire engulfs: ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ

Anti-Maoist Operations: ପୁଣି ବଡ଼ ଧରଣର ଏନକାଉଣ୍ଟର; ୭ ମାଓବାଦୀ ନିହତ

New Kansa Selected: ୭୮ତମ ଧନୁଯାତ୍ରାରେ କଂସ ମହାରାଜ ହେବେ ସୁଶିଲ୍: ଦୁଲୁକେଇବେ ମଞ୍ଚ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)