/odishatv-khabar/media/media_files/2025/12/14/bar-raid-2025-12-14-10-37-46.jpg)
Bar Raid Photograph: (OTV)
ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ। ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ବାର୍ ରେଡ୍ କରିଥିଲା ଅବକାରୀ ବିଭାଗ। ଏହି ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ।
ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଞ୍ଚଳର ଏକ ବାର୍ ରେ ରେଡ୍ କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ୍।
ଗତକାଲି୧୫୫ଟି ବାର୍, ପବ୍, କ୍ଲବ୍, ବିୟର୍ ପାର୍ଲର୍ ଉପରେ ହୋଇଛି ଚଢାଉ। ମଧ୍ୟରାତ୍ରୀ ଯାଏଁ ବାର୍ ଓ କ୍ଲବ ଚଲାଇବା ତାସହ ଅନେକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏହି ରେଡ୍ ହୋଇଛି। ସବୁଠୁ ବଡ଼ କଥା ହେଉଛି ନୋ ଲିମିଟରେ ଅଗ୍ନିକାଣ୍ଡ ଓ ଗୋଆ ଘଟଣା ପରେ ଚେତିଛି ଅବକାରୀ ବିଭାଗ।
• ଅବକାରୀ ଅଧିକାରୀଙ୍କୁ ଆକ୍ରମଣ
• ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ
• ବାର୍ ରେଡ୍ ବେଳେ ଅପ୍ରିତିକର ସ୍ଥିତି
• ମୁହାଁମୁହିଁ ଅସାମାଜିକ ବ୍ୟକ୍ତି ଓ ଅବକାରୀ ଅଧିକାରୀ
• ୧୫୫ଟି ବାର୍, ପବ୍, କ୍ଲବରେ ରେଡ୍ କରିଛି ଅବକାରୀ
Delhi Air Pollution Turns Severe: ରାଜଧାନୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ କଲା CAQM

Severe Cold Wave Grips Odisha: ଜାରି ରହିଛି ଶୀତ ଲହରି, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

Skeleton Recovered: ମାଟି ତଳୁ ବାହାରିଲା ରାମୁ , ଦିନେ ଚନ୍ଦକା ଜଙ୍ଗଲରେ କରୁଥିଲା ରାଜ୍

Odisha MLA Salary Hike: କପେ ଚା’କୁ ନିଅଣ୍ଟ ସାଢ଼େ ୩ ଲକ୍ଷ, ଝାଡ଼ିଦେଲେ ଜୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)