Advertisment

Teachers Stages Protest: ଜିଦ୍ ହଟୁନି କି ଗର୍ଜନ ଥମୁନି; ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ

ଦିନ ରାତି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି। ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ। ସ୍କୁଲକୁ ଫେରିଯିବାକୁ ଅପିଲ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

author-image
Chinmayee Sahoo
TEACHERS PROTEST

TEACHERS PROTEST Photograph: (OTV)

ଜିଦ୍ ହଟୁନି କି ଗର୍ଜନ ଥମୁନି। ୨ ଦଫା ଦାବିରେ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ତୃତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ। ଭୁବନେଶ୍ବର ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ। 

Advertisment

ସବୁ ଠିକା ପ୍ରାଇମେରୀ ଟିଚରଙ୍କୁ ନିୟମିତ ମାନ୍ୟତା ପ୍ରଦାନ ସହ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁଯାୟୀ ଦରମା ଦାବିରେ ସେମାନେ ସ୍କୁଲ ଛାଡ଼ି ଶୀତ କାକରରେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି। ତେଣେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। 

ସେ କହିଛନ୍ତି, ମୋହନ ସରକାର ସେମାନଙ୍କ ଦାବିକୁ ଗୁରୁତ୍ବର ସହ ବିଚାରକୁ ନେଇଛନ୍ତି।ଏବେ ଦେଖିବାର କଥା ଶିକ୍ଷକ ସଂଘ ସ୍କୁଲକୁ ଫେରୁଛନ୍ତି ନା ଜିଦରେ ଅଟଳ ରହୁଛନ୍ତି। ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସିନିୟର୍ ରିପୋର୍ଟର ଅରୁଣ ସାହୁ।

Advertisment

•    ଜିଦ୍ ହଟୁନି କି ଗର୍ଜନ ଥମୁନି
•    ଦିନ ରାତି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି
•    ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ
•    ସ୍କୁଲକୁ ଫେରିଯିବାକୁ ଅପିଲ୍ କଲେ ଗଣଶିକ୍ଷା ମନ୍ତ୍ରୀ
•    କ୍ଲାସ୍ ଛାଡ଼ି ରାତିରେ ଶିକ୍ଷକଙ୍କ ଧାରଣା

Bhubaneswar Teachers Protest
Advertisment
Related Articles
Advertisment