Advertisment

SP Conference at Lok Seva Bhavan: ଏସପିମାନଙ୍କର ସମ୍ମିଳନୀ: ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ ଉପରେ ଫୋକସ୍

ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ହେବ ଏସପିମାନଙ୍କର ସମ୍ମିଳନୀ। ଯୋଗଦେବେ ସବୁ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ।

author-image
Chinmayee Sahoo
COLLECTOR_AND_SP_CONVENTION

COLLECTOR_AND_SP_CONVENTION Photograph: (OTV)

ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଆଜି ଶେଷ ଦିନ। ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆଜି ଏସପିମାନଙ୍କର ସମ୍ମିଳନୀ ରହିଛି। ଆଜି ସବୁ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେବେ। ପୋଲିସକୁ ଅଧିକ ଲୋକଭିମୁଖୀ କରିବା, ଆଇନଶୃଙ୍ଖଳା ସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ, ଅପରାଧରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଭଳି ବିଭିନ୍ନ ଦିଗରେ ମାନସମନ୍ଥନ କରାଯିବ। 
ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇଥିଲେ। ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି। ଆଜି ବି ଏସପିଙ୍କ ସମ୍ମିଳନୀରେ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ।

Advertisment


•    ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ
•    ଆଜି ଲୋକସେବା ଭବନରେ ଏସପିମାନଙ୍କର ସମ୍ମିଳନୀ
•    ଯୋଗଦେବେ ସବୁ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ
•    ପୋଲିସକୁ ଅଧିକ ଲୋକଭିମୁଖୀ କରିବା ଦିଗରେ ହେବ ମାନସମନ୍ଥନ
•    ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ ଉପରେ ଫୋକସ୍

Bhubaneswar
Advertisment
Related Articles
Advertisment