/odishatv-khabar/media/media_files/2025/11/13/bbsr-sex-racket-2025-11-13-18-06-27.jpg)
BBSR-SEX-RACKET Photograph: (OTV)
ଚାକିରି ଦେବାକୁ ଲୋଭ ଦେଖାଇ ଡାକୁଛନ୍ତି ଭୁବନେଶ୍ୱର । ଆଉ ଏଠି ପହଞ୍ଚିବା ପରେ ଝିଅମାନଙ୍କୁ ଜୋରଜବରଦସ୍ତ ଲଗାଉଛନ୍ତି ଦେହ ବେପାରରେ । ନା ଆଇନର ଡର ଅଛି, ନା କାହାକୁ ପରୱା ଅଛି । ରାଜଧାନୀରେ ଅନୈତିକ କାର୍ଯ୍ୟ ପାଇଁ ଜଣେ ନାବାଳିକାଙ୍କୁ ଚାଲାଣ କରାଯିବା ବେଳେ ମାଡିବସିଛି ପୋଲିସ । ୟୁନିଟ-୪ରେ ଥିବା ଏକ ହୋଟେଲରୁ ଉଦ୍ଧାର ହୋଇଛନ୍ତି ନାବାଳିକା ।
ନାବାଳିକାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବାକୁ କହି ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଦଲାଲ । ଗୋଟିଏ ହୋଟେଲରେ ରଖି ଅନୈତିକ କାର୍ଯ୍ୟରେ ଲଗାଇବାକୁ ଡିଲ୍ କରୁଥିଲେ । ଦଲାଲଙ୍କ ଏମିତି କାରନାମା ଜାଣିବା ମାତ୍ରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ କମିଶନରେଟ ପୋଲିସ ହୋଟେଲରେ ରେଡ୍ କରି ନାବାଳିକାକୁ ଉଦ୍ଧାର କରିଛି ।
କେବେଠୁ ଚାଲିଛି ସେକ୍ସ ରାକେଟ୍ ?
ଦଲାଲକୁ ଅଟକ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ପଛରେ ଏକ ସଂଗଠିତ ସେକ୍ସ ରାକେଟ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, ଏମିତି କେତେ ଝିଅଙ୍କୁ ଆଣିଥିଲେ ? ଆଉ କେବେଠୁ ଚାଲିଛି ଏ ସେକ୍ସ ରାକେଟ୍ ? ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଜଣେ ଝାଡଖଣ୍ଡ ନାବାଳିକା ଉଦ୍ଧାର ହୋଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଦୁଷ୍କର୍ମ ଘଟଣାରୁ ପର୍ଦ୍ଦାଫାସ୍ ହୋଇଥିଲା ବଡ ଧରଣର ସେକ୍ସ ରାକେଟ୍ । ବର୍ତ୍ତମାନ ଏହି ଘଟଣାରେ ବି ଜୋରଦାର୍ ଛାନଭିନ୍ ଆରମ୍ଭ କରିଛି କମିଶନରେଟ ପୋଲିସ ।
What Krishna Spoke in the Kuru Sabha: କୁରୁସଭାରେ କୃଷ୍ଣ କ'ଣ କହିଲେ ଓ ସମସ୍ତଙ୍କ କଥା ଶୁଣି କ'ଣ ଉତ୍ତର ଦେଲେ ଦୁର୍ଯ୍ୟୋଧନ?

Public Mood Favors Whom ? ନୂଆପଡ଼ାରେ ରେକର୍ଡ ଭୋଟିଂ - କାହା ସପକ୍ଷରେ ଜନମତ ?

Chartered Accountant Blackmailed: ପ୍ରାଇଭେଟ ଭିଡିଓ ଲିକ୍ କରିବାକୁ ଧମକ ଦେଲେ ୩ କୋଟି ନେଇଗଲେ....ଶେଷରେ ଆତ୍ମହତ୍ୟା

Major Terror Plot Foiled: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ , ଡିସେମ୍ବର ୬ରେ ଦିଲ୍ଲୀରେ ୬ଟି ବିସ୍ଫୋରଣ ପାଇଁ ଥିଲା ଯୋଜନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)