Advertisment

Youth Arrested for Kidnapping College Girl: ଲିଫ୍ଟ ଦେବାକୁ କହି କଲେଜ ଛାତ୍ରୀଙ୍କୁ ଅପହରଣ, ଗିରଫ କଲା ମହିଳା ଥାନା ପୋଲିସ

ଲିଫ୍ଟ ଦେବାକୁ କହି ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନିଜ ଘରେ ବନ୍ଦୀ ରଖିଥିଲା ଜଣେ ଯୁବକ । ଛାତ୍ରୀ ଜଣକ କୌଶଳକ୍ରମେ ଯୁବକଙ୍କ ପାଖରୁ ଖସି ଆସିବାରେ ସଫଳ ହୋଇଥିଲେ ।

author-image
Chinmayee Sahoo
Kidnapped

Kidnapped Photograph: (OTV)

ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ। ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭୁବନେଶ୍ବର ମହିଳା ଥାନା ପୋଲିସ।

Advertisment

ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବାକୁ କହି ଅପହରଣ କରିଥିଲେ ଯୁବକ । ହ୍ରିତିକ୍ ଉକ୍ତ ଛାତ୍ରୀଙ୍କ ସହ ପରିଚିତ ଥିବା ବେଳେ ତାଙ୍କୁ କଲେଜରୁ ନେଇ ଘରେ ଛାଡିଦେବ ବୋଲି କହିଥିଲା। କିନ୍ତୁ ଲିଫ୍ଟ ଦେବା ପରେ ଛାତ୍ରୀଙ୍କୁ ତାଙ୍କ ଘରେ ଛାଡିବା ପରିବର୍ତ୍ତେ ଜୋର ଜବରଦସ୍ତ ହ୍ରିତିକ୍ ନିଜ ଘରକୁ ନେଇ ଯାଇଥିଲା ।

ସେଠାରେ ଅଟକ ରଖିବା ସହ ବିବାହ କରିବାକୁ ବାଧ୍ୟ କରୁଥିଲା । ମଉକା ଦେଖି ଛାତ୍ରୀ ଜଣଙ୍କ ଖସି ଆସିବା ସହ ଏ ନେଇ ମହିଳା ଥାନାରେ ଜଣାଇଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ହ୍ରିତିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisment

•    ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ
•    ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ ଗିରଫ 
•    କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକ ଗିରଫ 
•    ହ୍ରିତିକକୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ
•    ଘରେ ବନ୍ଦୀ କରି ରଖିଥିବା ବେଳେ ଖସି ଆସିଥିଲେ ଛାତ୍ରୀ

Bhubaneswar Cuttack
Advertisment
Related Articles
Advertisment