/odishatv-khabar/media/media_files/2025/12/10/student-assaulted-2025-12-10-13-32-27.jpg)
Student Assaulted Photograph: (OTV)
ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼। ଏଭଳି ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର। ଡ୍ରଗ୍ସ ସେବନ ନ କରିବାରୁ ସଂପୃକ୍ତ ଛାତ୍ର ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ଉଠିଛି।
ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ କରିଛନ୍ତି। ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା।
ଏ ନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ମାଡ ମାରିଥିବା ସିନିୟର ଛାତ୍ର, ସହପାଠୀ କିମ୍ବା ସଂପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।
• ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼
• ଭୁବନେଶ୍ବର ଉପକଣ୍ଠ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଅଭିଯୋଗ
• ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ
• କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ
• ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ
• ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ
• ବିରୋଧ କରିବାରୁ ସମସ୍ତେ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ
• ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାରର ଅଭିଯୋଗ ପରେ ମାମଲା ରୁଜୁ
• ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ
Deepavali inscribed on UNESCO List: ଭାରତ ପାଇଁ ଐତିହାସିକ ଦିନ: ଦୀପାବଳିକୁ ମିଳିଲା ୟୁନେସ୍କୋ ମାନ୍ୟତା

Husbands on Rent: ଭଡାରେ ମିଳୁଛନ୍ତି ସ୍ବାମୀ! ଘଣ୍ଟାକରେ କାମ ଶେଷ

Govt Bans Social Media: ସୋସିଆଲ ମିଡ଼ିଆ ଉପରେ ଲାଗିଲା ବ୍ୟାନ୍, ବଡ଼ ନିଷ୍ପତ୍ତି ନେଲେ ସରକାର

Missing Head Recovered: ମୁଣ୍ଡବୀହିନ ମୃତଦେହ ମିଳିବା ଘଟଣା: ନଦୀକୂଳରୁ ମିଳିଲା କଟାମୁଣ୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)