ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି ।
ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା। ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ପଠାଯିବ ବୋଲି ଜଣାଯାଇଛି।
କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବ୍ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ପୁଣି ମାତିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ ଦେଖିବାକୁ ମିଳିଛି ସାରଥି ସତ୍ସଙ୍ଗ ମନ୍ଦିର । ଏହି ମନ୍ଦିରରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।
ଦୋଳପୂର୍ଣ୍ଣିମାରେ ସାରଥୀ ପୂଜା । ଭୁବନେଶ୍ବର ଓ ଜୟପୁରରେ ଭଣ୍ଡ ବାବା ସାରଥୀଙ୍କ ସତସଙ୍ଗ କଲେ ଅନୁଗାମୀ । ମହାପ୍ରଭୁଙ୍କ ପ୍ରତିମା ପାଖରେ ସାରଥୀ ଫଟୋ ରଖି ନାଚି ନାଚି ଭଜନ କୀର୍ତ୍ତନ କଲେ ।
ଭୁବନେଶ୍ୱର ସାଲିଆସାହିରେ ଚାଲୁଥିଲା ଦେଶୀ ମଦ ଭାଟି । ଗ୍ରାହକ ବେଶରେ ଆସି ଚଢାଉ କଲା ଅବକାରୀ ବିଭାଗ । ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ ହୋଇଥିବାବେଳେ ୯ ଜଣ ଗିରଫ ହୋଇଛନ୍ତି ।
ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।
ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ PCR।
ଆଶା କର୍ମୀଙ୍କ ବିକ୍ଷୋଭରେ କମ୍ପିଲା ଆନ୍ଦୋଳନ ସ୍ଥଳ । ୧୮ ଦଫା ଦାବି ନେଇ ହଜାର ହଜାର ଆଶାକର୍ମୀ ମାନେ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା ଦେଇଛନ୍ତି ।
ଗତକାଲି ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ କ୍ରାଇମବ୍ରାଂଚ ଏସଟିଫ ହାତରେ ଧରାପଡ଼ିବା ପରେ ବଢୁଛି ଏଭଳି ଆଶଙ୍କା।
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
ରାଜଧାନୀରେ ବିଳମ୍ବିତ ରାତିରେ ଏନକାଉଣ୍ଟର । ଏଟିଏମ ରୁ ଲୁଟ୍ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ।ପୋଲିସ କୁ ଦେଖି ପୋଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୋଲିସ ର ପାଲଟା ଆକ୍ରମଣରେ ଗୋଡ଼ରେ ବାଜିଛି ଗୁଳି ।
ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।
ଆଜି ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ୍ କରିଥିଲେ ଓ ଏଥିସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।୩ ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।
ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍କୁ ଯିବାକୁ ବି ବାଟ ମିଳୁନି । ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି ।
କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ ।
ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ।
କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ହୋଇଛି କି ଅପମାନ୍ ? ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବିବାଦରେ ବିଦେଶିନୀ। ଟାଟୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ପାରେ ବଢିବାରେ ଲାଗିଛି ବିବାଦ।
ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍ ୱାର୍ଡେନ୍ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ
ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
ଜନ୍ମେଶଙ୍କ ମାଆ କହିଛନ୍ତି, ମୋ ପୁଅ ଆଉ ଫେରିବନି । ମୋ ପୁଅର ଅଙ୍ଗରେ ଆଉ କେଉଁ ମାଆ ନିଶ୍ଚୟ ଖୁସି ହେବ । ତା ମନରେ ମୋ ପୁଅ ଖୁସି ଆଣିବ । ସେଇଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଲୁ । ମୋ ପୁଅ ପାଇଁ ଆଉ କେଉଁ ପିଲା ଜୀବନ ଦାନ ପାଇବ । ସେଥିରେ ଆମେ ଖୁସି । ଏହି ନିଷ୍ପତ୍ତି କଷ୍ଟକର ଥିଲେ ବି ଆମେ ଘରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ ।