ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର।
ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍ ଉପରେ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ରମା ନାୟକ ।
ଆଜି ଆମେ ସେହି ଘାତକ ‘ମୋ ବସ’ର ଆଉ ଏକ ଛାତିଥରା ଦୃଶ୍ୟ ଦେଖାଉଛୁ। ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ କେମିତି ସ୍କୁଟରକୁ ଘୋଷାଡ଼ି ନେଉଛି ବସ।
ରମାର ପରିବାର ସଦସ୍ୟ ପୋଲିସ ବିରୋଧରେ ମାନସିକ ନିର୍ଯାତନା ସହ ଜୁଲୁମ ଅଭିଯୋଗ ଆଣିଥିବା ବେଳେ ମୃତ ସହଦେବଙ୍କ ପତ୍ନୀ ରମାର ପୁଅକୁ ବି ଧରିବା ପାଇଁ ଦାବି କରିଛନ୍ତି।
ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ସରେଣ୍ଡର କରିଛି।
ଭୁବନେଶ୍ବରରେ ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାକୁ ନେଇ ଆସିଲା ବଡ଼ ଖବର । ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା ନାୟକ ଆତ୍ମସମର୍ପଣ କରିଛି।
ମଇଁଷି ପାଇଁ ଚଟାଣରେ ବିଛାଯାଇଛି ଗଦି, ପଡିଛି ନରମ ତକିଆ, ଚାରିଆଡେ ଲାଗିଛି କୁଲର। ତା ସହ ଫଟ ଗୋଟିଏ ଉଠାଇବାକୁ ଲାଗୁଛି ଲୋକଙ୍କ ଭିଡ଼।
ରାଜ୍ୟସ୍ତରୀୟ ପ୍ରାଣୀ ସମାବେଶରେ ଧମାଲ୍ ମଚାଉଛି ୩୫ କୋଟିର ମଇଁଷି । କଳା ଚିକ୍ ଚିକ୍ ଦିଶୁଥିବା ଏହି ମଇଁଷିର ନାଁ ରହିଛି ଭୀମ ।
୭୦ ମାମଲାରୁ ୩୦ଟି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି। ଟଙ୍କା ହେଉ ଅବା ଗହଣାଗାଣ୍ଠି। ଯାହା ପାଇବ ଲୁଟିନେବ। ସେହି ଧନ ସମ୍ପତ୍ତିରେ ସଉକ କରୁଥିଲା। ଘରେ ରଖିଥିଲା ବିଦେଶୀ କୁକୁର। କୁକୁର ଖେଳୁଥିବା ବଲ୍ର ମୂଲ୍ୟ ଲକ୍ଷେ ଟଙ୍କା।
ଆଉ ଗର୍ଲଫ୍ରେଣ୍ଡ ପାଇଁ ଉଡାଉଥିଲା ବିଡାବିଡ଼ା ଟଙ୍କା। ଏମିତି ହାଇଫାଇ ଲାଇଫ ଷ୍ଟାଇଲ୍ ଜିଉଁଥିଲା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିଥିବା ସ୍ପାଇଡର ଚୋର।
କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୫ହଜାରକୁ ବୃଦ୍ଧି ହୋଇଛି।
ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା।
ବିଦ୍ୟାଧର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରାଯାଇଛି।
ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଲା ଷଣ୍ଢ। ଯାହାକୁ ଦେଖିଲା ମାରିବାକୁ ଗୋଡ଼ାଇଲା । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାତିଲେ ଲୋକେ ।
ଭୁବନେଶ୍ବରରେ ଶୁଭିବ ପୁଣି ଶିକ୍ଷକଙ୍କ ଗର୍ଜନ । ପୂର୍ବ ସରକାର କରିଥିବା ପ୍ରତାରଣାକୁ ଶିକ୍ଷକମାନେ ନୂଆ ସରକାରଙ୍କୁ ଗୋଟି ଗୋଟି କହିବେ ।
ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l
ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ ।
ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time ।
ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ ।
ଇନଫୋସିଟି ଏସବିଆଇ ବ୍ରାଞ୍ଚରୁ ଅଢେଇ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ ରେକି କରିଥିଲେ ଲୁଟେରା । ଆଉ ଅଫିସ କ୍ୟାମ୍ପସ ଭିତରେ ପଶୁ ପଶୁ ମୌକା ଦେଖି ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଛନ୍ତି ଦୁଇ ଲୁଟେରା ।
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି । ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ଆଜି ସୁନା ଦର ସ୍ଥିର ରହିଛି ।
ରାଜଧାନୀର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ।
ବାବୁ ସିଂଙ୍କ ଠେଙ୍ଗେଣି, ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ। ଏବେ ଦେଖିବା କଥା କାହାର କେତେ ଦମ୍। ଆଜି ଦୟା ନଦୀରେ ଗୋଟାପଣେ ବୁଡ ପକାଇ ଡମ୍ବରୁ ବଜାଇ ବଜାଇ ସିଧା ଖଣ୍ଡଗିରିରେ ପହଞ୍ଚି ବାବାମାନଙ୍କ ପାଖରେ ଅଧିଆ ପଡିଲେ ରାଣୀ।
ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ତାଙ୍କ ଅତି ଅଲିଅଳ ପୁଅକୁ। ହେଲେ ପୁଅ ଏବେ କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ ।
ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ।