Advertisment

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ କଟକଣା ଜାରି

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC କଟକଣା ଜାରି କରିଛି। ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍‌ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BMC Street Food Vendors Bhubaneswar Municipal Corporation

BMC Street Food Vendors Bhubaneswar Municipal Corporation

ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC(ଭୁବନେଶ୍ୱର ମହାନଗର ନିଗମ) କଟକଣା ଜାରି କରିଛି। ଏଣିକି ଫୁଟ୍‌ପାଥ୍ ଏବଂ ଡ୍ରେନ୍ ଉପରେ କୌଣସି ଫୁଡ୍ ଆଉଟଲେଟ୍ ଅର୍ଥାତ୍‌ ଖାଦ୍ୟ ଦୋକାନ ହୋଇପାରିବ ନାହିଁ। ଏନେଇ ବିଏମ୍‌ସି ଚିଠି ଲେଖିଛି। 

Advertisment

ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍‌ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି। ଏଭଳି ସ୍ଥଳେ ସମ୍ପୃକ୍ତ ଦୋକାନୀଙ୍କୁ ଅନ୍‌ଲାଇନ୍ ଡେଲିଭରି କିମ୍ବା ଟେକ୍ ହୋମ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାର୍କିଂ ସ୍ପେଶ୍‌ ନଥିବାରୁ ରାସ୍ତା ଉପରେ ଏଠି ସେଠି ଗାଡ଼ି ପାର୍କିଂ କରି ଲୋକେ ଖାଦ୍ୟ ଖାଉଥିବାରୁ ଟ୍ରାଫିକ୍‌ରେ ସମସ୍ୟା ହେଉଛି।

ପାର୍କିଂ ସ୍ପେଶ୍ ଥିବା ଫୁଡ୍ ଆଉଟଲେଟ୍ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। BMC ଅଧୀନ ନୋ ଭେଣ୍ଡିଂ ଜୋନ୍‌ରେ ଫୁଡ୍ ଆଉଟଲେଟ୍ ସମ୍ପୂର୍ଣ୍ଣ ମନା। ତେବେ ଯେଉଁ ରାସ୍ତାକଡ଼ ଦୋକାନୀମାନେ କଟକଣା ନ ମାନିବେ, ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଏହାସହ ଆଉଟଲେଟ୍ ବନ୍ଦ ହେବ ଏବଂ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ ବୋଲି BMC ଚିଠିରେ ଉଲ୍ଲେଖ କରିଛି।  

Advertisment
Bhubaneswar Municipal Corporation Street Food Vendors BMC
Advertisment
Advertisment