/odishatv-khabar/media/post_attachments/uploadimage/library/16_9/16_9_0/BJP_1751292015.jpg)
BJP
ସମଗ୍ର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଏହା ହେବାର କଥା ନୁହେଁ, ହୋଇଛି; ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି । ଏଭଳି ଘଟଣାକୁ କେହି ଘଣ୍ଟ ଘୋଡ଼ାଇବେ ନାହିଁ । ଆମ ସରକାର ଲୋକଙ୍କ ସରକାର, ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ।
ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଘୋଷାଡି ଘୋଷାଡି ମାଡ଼ ମରାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗା ଭାଇଙ୍କ ସହ କଥା ହୋଇଥିଲେ କି ବୋଲି ପଚାରି ମାଡ଼ ମାରିଥିଲେ ଦୁର୍ବୃତ୍ତ । ଆପଣ ତାଙ୍କୁ କିଛି ମିସବିହେଭ୍ କରିଥିଲେ କି ବୋଲି ମଧ୍ୟ ପଚାରିଥିଲେ । ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି କୁହାଯାଉଛି ।
ବିଜେପି ନେତା ଜଗନ୍ନାଥ ପ୍ରଧାନ ଏହି ଘଟଣା ଉପରେ କହିଛନ୍ତି, ଏହି ଘଟଣା ନିନ୍ଦନୀୟ । ସେମାନଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ମୁଁ ଜାଣିଛି । ସେମାନଙ୍କୁ ଡାକି ଘଟଣା ବିଷୟରେ କଥା ହୋଇଛି ବୋଲି କହିଛନ୍ତି । ଏହି ଦୁଇ ଜଣ ଆପଣଙ୍କ ପିଲା କି ପଚରାଯିବାରୁ ଜଗନ୍ନାଥ କହିଛନ୍ତି, ଆମର ବିଜେପି ସରକାର ହେଉଛି ଲୋକଙ୍କ ସରକାର । ଅତିରିକ୍ତ କମିଶନର କଣ ଆମର ନୁହଁନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି, ମୋ ପିଲା କହିଲେ ହେବନି, ଆମକୁ ଆଡମିଟ୍ କରିବାକୁ ପଡିବ ।
ବିଜେପି ଆମ ପରିବାର । ଏଇଟା ଲୋକଙ୍କ ସରକାର, ଆମ ପରିବାରର ସରକାର ଚାଲିଛି ବୋଲି କହିଛନ୍ତି ଜଗନ୍ନାଥ । ଏହି ଘଟଣା ସଂପର୍କରେ ଜଗନ୍ନାଥ ପୋଲିସ ସହ କଥା ହୋଇଥିବାର କହିଛନ୍ତି । ପୋଲିସ ଆକ୍ସନ ନେବ । କେଉଁ କଥାକୁ ନେଇ ଏ ଘଟଣା ଘଟିଲା ବୋଲି ପଚରାଯିବାରୁ ସେ କହିଛନ୍ତି, ଖା ଭୁଞ୍ଜ୍ ଗିଳି କୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି । ତେବେ ଯାହା ଘଟିଛି ଘଟିଛି, ଆଗକୁ ଏମିତି ଆଉ ଘଟିବ ନାହିଁ, ତାହା ଉପରେ ତାଙ୍କ ପ୍ରତିକ୍ରିୟା ପଚରାଯାଇଥିଲା । ସେ କହିଥିଲେ, ଆଗକୁ କଣ ଘଟିବ ତାହା କହି ହେବ ନାହିଁ । କିଛି ବି ଗ୍ୟାରେଣ୍ଟି ଦେଇ ହେବନି ବୋଲି କହିଛନ୍ତି ଜଗନ୍ନାଥ । ସବୁ କଥାର ରିପ୍ଲାଏ ଦେଇ ହେବନି ବୋଲି ସେ କହିଛନ୍ତି । ବିଜେଡିର ଇତିହାସ ସମସ୍ତେ ଜାଣିଛନ୍ତି, ସେମାନେ ଏବେ ନୂଆ ପ୍ରହସନ କରୁଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)