Advertisment

BMC Attack: ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: କର୍ପୋରେଟର ଜୀବନ ରାଉତ ଗିରଫ

ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
BMC attack

BMC attack

ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କ ଆକ୍ସନ। ଖାରବେଳନଗର ଥାନାରେ ଏଫଆଇଆର ପରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । BMC ଅଫିସ୍ ରେ ପଶି ଆକ୍ରମଣ ଘଟଣାରେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିରୁ ଓହରିଲା OAS ସଂଘ

ଗିରଫ ଜୀବନ ରାଉତ ହେଉଛନ୍ତି ୨୯ ନଂ ୱାର୍ଡ କର୍ପୋରେଟର। ଖାରବେଳନଗର ଥାନାରେ ଏତଲା ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଗତକାଲି ଦିନ ପ୍ରାୟ ସାଢେ ୧୧ଟା ବେଳେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ କରିଥିଲେ କିଛି ଯୁବକ। BMC ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ।

ଅନ୍ୟପଟେ BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୁହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଛି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଘ ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ସେହିପରି ଏହି ଘଟଣା ପ୍ରତିବାଦରେ ଗତକାଲି ବିଏମସି ଅଫିସ ଆଗରେ ସଂଧ୍ୟାରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି। ପରେ ରାସ୍ତାଘାଟ ଜାମ୍ ହେବାରୁ BMC ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ବିଜେଡି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ଓଏସ ଅଧିକାରୀଙ୍କୁ ଘୋଷାଡ଼ି ଆଣି ବିଧା, ଗୋଇଠା ମାରିଲେ ଦୁର୍ବୃତ୍ତ; କାହିଁକି ? 

Bhubaneswar Municipal Corporation Odisha Administrative Service Corporator Arrested
Advertisment
Advertisment