Advertisment

Fire Breaks Out at Hospital: ହସ୍ପିଟାଲରେ ଲାଗିଲା ନିଆଁ; କାରଣ ଅସ୍ପଷ୍ଟ

ବାଲେଶ୍ୱର ହସ୍ପିଟାଲରେ ନିଆଁ । ହସ୍ପିଟାଲର ହାଉସ କିପିଂ ରୁମ୍ ରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

author-image
Chinmayee Sahoo
Hospital

Hospital Photograph: (OTV)

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ମେଡିକାଲର ହାଉସ୍କିପିଂ ରୁମ୍ ରେ ଲାଗିଲା ନିଆଁ।  ବିଳମ୍ବିତ ରାତ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ସକାଳ ସମୟରେ ଉପସ୍ଥିତ ଲୋକେ ଓ ସ୍ଥାନୀୟ ଦୋକାନୀ ଧୂଆଁ ବାହାରୁଥିବା ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଛି। 

Advertisment

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ ଜିନିଷ ନଷ୍ଟ ହୋଇଥିବା ସୂଚନା ମିଳିଛି।

•    ବାଲେଶ୍ୱର ହସ୍ପିଟାଲରେ ନିଆଁ
•    ହସ୍ପିଟାଲର ହାଉସ କିପିଂ ରୁମ୍ ରେ ଅଗ୍ନିକାଣ୍ଡ
•    କାରଣ ଅସ୍ପଷ୍ଟ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Advertisment

Balasore
Advertisment
Related Articles
Advertisment