Advertisment

New Twist in FM Case: ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାରେ ନୂଆ ସୁରାଗ୍; ଉସୁକାଇବା ଥିଓରୀକୁ ନେଇ ଚର୍ଚ୍ଚା

ଯିଏ ହିରୋ ସାଜିଥିଲେ, ସିଏ ଭିଲେନ୍ ପାଲଟିଗଲେ କେମିତି ? ଯିଏ ପୀଡ଼ିତାଙ୍କ ପାଇଁ ଓକିଲାତି କରୁଥିଲେ, ସିଏ ପୁଣି ଆତ୍ମାହୁତି ପଛର ଷଡ଼ଯନ୍ତ୍ରକାରୀ ସାଜିଥିଲେ କି ?

author-image
Sujit kumar Swain
ଅଦ୍ୟତନ ହୋଇଛି
New Twist in FM Case

New Twist in FM Case

ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାରେ ନୂଆ କ୍ଲୁ। ପୀଡ଼ିତା ଘଟଣା ଦିନ ସାଇକେଲରେ ଏକ ତେଲ ଟାଙ୍କି ଆଡକୁ ଯାଉଥିବାର ଦୃଶ୍ୟକୁ ଧରି କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି। ଏପଟେ ଗତକାଲି ରାତିଅଧିଆ ଜଣେ ଛାତ୍ର ଓ ଅଣଛାତ୍ରଙ୍କୁ ଗିରଫ କରି ଜେଲ୍ ପଠାଇବା ପରେ ତେଜିଛି ରାଜନୀତି। ତେବେ ଗିରଫ ଛାତ୍ର ଜଣକ ପୀଡ଼ିତାଙ୍କୁ ବଞ୍ଚାଇ ନିଜେ ଆହତ ହୋଇଥିବା ଓ ଅଣଛାତ୍ର ପୀଡ଼ିତାଙ୍କ ପାଇଁ ଓକିଲାତି କରିବାର ପ୍ରମାଣ ଥିବାରୁ, ସେମାନେ କଣ ଚରମ ନିଷ୍ପତ୍ତି ନେବାକୁ ପୀଡ଼ିତାଙ୍କୁ ଉସକାଇଥିଲେ କି ବୋଲି ଉଠିଛି ପ୍ରଶ୍ନ।

Advertisment

ଯିଏ ହିରୋ ସାଜିଥିଲେ, ସିଏ ଭିଲେନ୍ ପାଲଟିଗଲେ କେମିତି ? ଯିଏ ପୀଡ଼ିତାଙ୍କ ପାଇଁ ଓକିଲାତି କରୁଥିଲେ, ସିଏ ପୁଣି ଆତ୍ମାହୁତି ପଛର ଷଡ଼ଯନ୍ତ୍ରକାରୀ ସାଜିଥିଲେ କି ?
ଏଭଳି ଅସମାହିତ ପ୍ରଶ୍ନ ଉଠିଛି, ଗତକାଲି ରାତିରେ ବହୁଚର୍ଚ୍ଚିତ ଏଫଏମ୍ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ହଠାତ୍ ୨ଜଣକୁ କ୍ରାଇମବ୍ରାଞ୍ଚ ବାନ୍ଧି ଜେଲ ପଠାଇବା ପରେ। ସେ ଦୁହେଁ ହେଲେ ଏଫଏମ୍ କଲେଜର ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଅଣଛାତ୍ର ଶୁଭ୍ର ସମ୍ବିତ ନାୟକ। ଗିରଫ ହୋଇଥିବା ଜ୍ୟୋତି ପ୍ରକାଶ ବିଶ୍ବାଳ, ଯିଏ ଘଟଣାଦିନ ପୀଡ଼ିତାଙ୍କୁ ନିଆଁ ଦାଉରୁ ବଞ୍ଚାଇ ନିଜେ ଆହତ ହୋଇଥିଲେ। ତେବେ ତାଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ସନ୍ଦେହ କାହିଁକି ?

କୁହାଯାଉଛି- ପୀଡ଼ିତାଙ୍କ ଆତ୍ମାହୁତି ବେଳର ଯେଉଁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ସେଥିରେ ଥିଲେ ଜ୍ୟୋତି। ସେ ଏକ ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରୁଥିଲେ, ପୀଡ଼ିତାଙ୍କ ସ୍ଥିତି ଅସମ୍ଭାଳ ଦେଖି ତାଙ୍କ ପାଖକୁ ଦୌଡିଥିଲେ। ତେଣୁ ପ୍ରଶ୍ନ କଣ ପୀଡ଼ିତାଙ୍କ ଆତ୍ମାହୁତି ନିଷ୍ପତ୍ତି ସମ୍ପର୍କରେ ଆଗରୁ ଜାଣିଥିଲେ କି ଜ୍ୟୋତି ପ୍ରକାଶ ? ପ୍ରିନସିପାଲଙ୍କୁ ଡରାଇବାକୁ ତାହା ଏକ ପ୍ରି ପ୍ଲାନ ଥିଲା କି ? ସ୍ଥିତି ଏତେ ଗମ୍ଭୀର ହୋଇଯିବ ସେକଥା କଳ୍ପନା କରିନଥିଲେ କି ? ଯଦିଓ ଏ ନେଇ କ୍ରାଇମବ୍ରାଞ୍ଚ କୌଣସି ପ୍ରତିକ୍ରିୟା ରଖିନି, ତେବେ ଏଭଳି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସେମିତି ଗିରଫ ଅଣଛାତ୍ର ଶୁଭ୍ର ସମ୍ବିତ୍ ନାୟକ, ଜୁନ୍ ୩୦ ତାରିଖରେ ପ୍ରିନସପିପାଲ୍ ଦିଲ୍ଲିପ ଘୋଷ, ଏଚଓଡି ସମୀର ସାହୁ ଓ ଆଇସିସି ମେମ୍ବରଙ୍କ ସାମ୍ନାରେ ପୀଡ଼ିତାଙ୍କ ପାଇଁ ଜୋରଦାର ଓକିଲାତି କରିଥିଲେ। ଯାହାର ଭିଡିଓ ମଧ୍ୟ ରହିଛି। ତେଣୁ ସେ ବି କଣ ପୀଡ଼ିତାଙ୍କୁ ଚରମ ନିଷ୍ପତ୍ତି ନେବାକୁ ଉସୁକାଇଥିଲେ କି ? ଏଭଳି ମାଳ ମାଳ ପ୍ରଶ୍ନ ଭିତରେ ଭିତରେ FM ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ମିଳିଛି ନୂଆ ସୁରାଗ୍। ସାମ୍ନାକୁ ଆସିଛି ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ୍। ପୀଡ଼ିତା ସାଇକେଲରେ ଏଫଏମ୍ କଲେଜ ରୋଡ୍ ରେ ଥିବା ଏକ ପେଟ୍ରୋଲ ପମ୍ପ୍ ଆଡ଼କୁ ଯାଉଛନ୍ତି। ଯାହାକି ଜୁଲାଇ ୧୨ ତାରିଖ ଦିନ ୧୦ଟା ୪୪ ମିନିଟ୍ ର।

Advertisment

କୁହାଯାଉଛି ପୀଡ଼ିତା ରହୁଥିବା ମେସ୍ ରୁ ବାହାରି ଏଇ ତେଲ ଟାଙ୍କିରୁ ଆତ୍ମାହୁତି ପାଇଁ ପେଟ୍ରୋଲ ନେଇଥାଇ ପାରନ୍ତି। ଏଣେ କ୍ରାଇମବ୍ରାଞ୍ଚ ମଧ୍ୟ ଉକ୍ତ ଫୁଟେଜ୍ କୁ ଧରି ତନାଘନା ଚଳାଇଥିବାବେଳ ପେଟ୍ରୋଲ ପମ୍ପର ୭ଟି ସିସିଟିଭିର ହାର୍ଡଡିସ୍କ ନେଇ ଯାଇଥିବା କହିଛନ୍ତି ତେଲ ଟାଙ୍କି ମ୍ୟାନେଜର।...

ଏଣେ ଗତକାଲିର ଗିରଫଦାରିକୁ ତେଜିଛି ପଲିଟିକାଲ ବୟାନବାଜି। ଯେହେତୁ ଗିରଫ ଛାତ୍ର ଜ୍ୟୋତି ପ୍ରକାଶ ଓ ଅଣଛାତ୍ର ଶୁଭ୍ର ସମ୍ବିତ ଏବିଭିପି କାର୍ଯ୍ୟକର୍ତ୍ତା। ବିଜେଡି ଅଭିଯୋଗ କରିଛି- ଛାତ୍ର ସଂସଦ ନିର୍ବାଚନ ପାଇଁ ABVP ସକ୍ଷମ ନଥିଲା, ତେଣୁ ଏଭଳି ନାଟକ ରଚିବାରୁ ଛାତ୍ରୀଙ୍କ ଜୀବନ ଯାଇଛି। ସେମିତି ଯୁବ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି।

ତେଣେ ଏବିଭିପି ପ୍ରେସ ରିଲିଜ୍ ଜରିଆରେ ଜବାବ ରଖି କହିଛି- ଯେଉଁମାନେ ପୀଡ଼ିତାଙ୍କ ଚରିତ୍ର ସଂହାର ସହ ତାଙ୍କ ଯୌନ ନିର୍ଯାତନା ବିରୋଧୀ ଲଢେଇକୁ ଦୁର୍ବଳ କରିବାକୁ ମାନସିକ ସ୍ତରରେ ହଇରାଣ କରିଥିଲେ ସେମାନଙ୍କୁ ଗିରଫ କରାଯାଇନାହିଁ। ଜଣେ ସହପାଠୀଙ୍କୁ ଗିରଫ କରାଯିବା ରାଜନୈତିକ ଷଡ଼ଯନ୍ତ୍ର। ଏବେ ଦେଖିବାର କଥା ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାରେ ନୂଆ କ୍ଲୁ ସହ ଅଧିକ ଗିରଫଦାରୀ ତଦନ୍ତକୁ କି ବଳ ଦେଉଛି।

Balasore fm-college-news
Advertisment
Advertisment