• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଆସନ୍ତା କାଲି ମହାରାଷ୍ଟ୍ରଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ । ଆସନ୍ତା ୨୩ରେ ଏହି ଦୁଇ ରାଜ୍ୟରେ ଭୋଟଗଣତି ହେବ । ମହାରାଷ୍ଟ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ବିଭିନ୍ନ ବୁଥରେ ମତଦାନ ହେବ। ସୋମବାର ଠାରୁ ଏହି ଦୁଇ ରାଜ୍ୟରେ ପ୍ରଚାର ବନ୍ଦ ହୋଇଛି । ଭୋଟରଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ର ଜାଣିବାକୁ ପ୍ରଥମ ଥର ପାଇଁ ଥାନେ ଜିଲ୍ଲାରେ ୱାନ୍ ଟାଇମ୍ କ୍ୟୁଆର୍ କୋଡ୍ ବ୍ୟବସ୍ଥା ଲାଗୁ ହୋଇଛି । ମୁମ୍ୱାଇରେ ଭୋଟରଙ୍କ ସଂଖ୍ୟା ୧ କୋଟି ଟପିଛି ।

ମହାରାଷ୍ଟ୍ରରେ ଲିଗାସୀ ପାଇଁ ଲଢ଼େଇ 

ମହାରାଷ୍ଟ୍ରରେ ଏହି ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହେଉଛି । ଦୁଇ ଭାଗରେ ବିଭକ୍ତ ହୋଇଥିବା ଏନସିପି ପାଇଁ ମଧ୍ୟ ଏହି ନିର୍ବାଚନ ଗୁରୁତ୍ୱ ବହନ କରୁଛି । ମହାୟୁତିରେ ରହିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ମହା ବିକାଶ ଅଘାଡିରେ ରହିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି । ବିଜେପି ନେତୃତ୍ୱାଧୀନ ମହାୟୁତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧୀନରେ ଥିବା ଶିବସେନା ସାମିଲ୍ ହୋଇଥିଲା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ମହା ବିକାଶ ଅଘାଡିରେ ରହିଛି । ଏନସିପି ଓ ଶିବସେନା ଉଭୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି । ଏହି ନିର୍ବାଚନରେ ବିଜେପି ୧୪୮ ଆସନରେ, ଶିବସେନା (ଶିନ୍ଦେ) ୮୦ ଆସନରେ ଓ ଏନସିପି (ଅଜିତ୍) ୫୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଅନେକ ଛୋଟ ଛୋଟ ଦଳ ଅଛନ୍ତି ଯେଉଁମାନଙ୍କର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭଲ ପ୍ରଭାବ ରହିଛି । ଏହି ଛୋଟ ଦଳଗୁଡିକ ହାତରେ ମଧ୍ୟ ଅଳ୍ପ ହେଲେ ବି କିଛି ଭୋଟ ଅଛି । ଏମାନେ ନିର୍ବାଚନକୁ ପ୍ରଭାବିତ କରିପାରନ୍ତି ।

ଅଧିକ ପଢନ୍ତୁ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ? 

ଝାଡ଼ଖଣ୍ଡରେ ଅସ୍ମିତା ମୁଦ୍ଦା

ଝାଡଖଣ୍ଡରେ ଆସନ୍ତା କାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ । ତେବେ ୩୧ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ଝାଡଖଣ୍ଡରେ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ଓ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟରେ କଡା ଟକ୍କର ହେଉଛି । ୨୦୧୯ ନିର୍ବାଚନରେ ଜେଏମଏମ ୩୦ଟି ଓ ବିଜେପି ୨୫ ଆସନ ପାଇଥିଲେ । କଂଗ୍ରେସ ଓ ଆରଜେଡି ସହ ମିଶି ଜେଏମଏମ ଗଢିଥିଲା ସରକାର । ଏଥର ଏଇ ଦୁଇ ମେଣ୍ଟ ମଧ୍ୟରେ ଲଢେଇ ହେଉଥିଲେ ବି ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା ଝାଡଖଣ୍ଡର ଅସ୍ମିତା କଥା କହି ନିର୍ବାଚନ ଲଢୁଛି । ଏହି ନୂଆ ରାଜନୈତିକ ଦଳ ଏଥର ଦୁଇ ମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ମାତ୍ର ୨୩ ମାସ ତଳେ ଗଠନ ହୋଇଥିବା ଏହି ଦଳ ରାଜ୍ୟର ୮୧ଟି ଆସନ ମଧ୍ୟରୁ ୭୩ଟି ଆସନରେ ପ୍ରାର୍ଥୀ ଦେଇଛି । ଏହି ଦଳର ନେତୃତ୍ୱ ନେଉଛନ୍ତି ୩୦ ବର୍ଷୀୟ ଜୟରାମ ମହତୋ । ଝାଡଖଣ୍ଡରେ  ଅସ୍ମିତା ପ୍ରସଙ୍ଗ ପ୍ରଭାବ ପକାଇବ କି ନାହିଁ ତାହା ଫଳାଫଳ ପରେ ଜଣାପଡିବ । 

ଅଧିକ ପଢନ୍ତୁ: ଝାଡଖଣ୍ଡରେ ଓଡ଼ିଶା ନେତାଙ୍କ ଲଢ଼େଇ, କେମିତି ଜିଣିବେ ଓଡ଼ିଆ ଭୋଟରଙ୍କ ମନ

OTV is now on Whatsapp

Join and get latest news update delivered to you via whatsapp

Join Now