Advertisment

ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ।

author-image
Santosh Kumar Sahoo
undefined

Poster and Banner Removed

ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟ ଡାଉନ୍ ଷ୍ଟାର୍ଟ ହେବା ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି। ନିର୍ବାଚନ ସୁପରିଚାଳନା ପାଇଁ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ SPମାନେ କରିଛନ୍ତି ପ୍ରସ୍ତୁତି ବୈଠକ। ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ସରକାରୀ ବିଜ୍ଞାପନ ହଟାଇବା ମଧ୍ୟ ଆରମ୍ଭ ହୋଇଛି। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ଶେଷ ଆଡ଼କୁ ମେ ୧୩ରୁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

Advertisment

ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ। ଶନିବାର ତାରିଖ ଘୋଷଣା ହେବା ପରେ ଆଜି ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଯାଜପୁର, ଦେବଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିମାନେ ନିର୍ବାଚନୀ ପ୍ରସ୍ତୁତି ବୈଠକ କରିଛନ୍ତି।

ସେହିପରି କିଛି ସ୍ଥାନରେ ରାଜନୈତିକ ଦଳମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି ଜିଲ୍ଲାପାଳ। ବ୍ରହ୍ମପୁରରେ ତ ପୋଲିସ ଅଧିକାରୀଙ୍କ ଦିନିକିଆ ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଛି। ଆଉ ବାଲେଶ୍ୱରରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ହଟାଯାଉଛି ସରକାରୀ ବିଜ୍ଞାପନ ପୋଷ୍ଟର ଆଉ ବ୍ୟାନର। ଖାଲି ବାଲେଶ୍ୱର ନୁହେଁ, ଦିଗପହଣ୍ଡି, ତାଳଚେରରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ତେବେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏବେ ବି ଅନେକ ସ୍ଥାନରେ ଲାଗିଛି ସରକାରୀ ବ୍ୟାନର ଓ ପୋଷ୍ଟର। କେବଳ ଠିକା ସଂସ୍ଥାମାନେ କିଛି ବିଜ୍ଞାପନ ଉପରେ ପରଦା ଘୋଡାଇ ଦେଇଥିବା ଦେଖିବାକୁ ମିଳିଥିଲା।

Advertisment

ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବ। ଓଡ଼ିଶାର ମୋଟ୍ ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ ମତଦାତା ଥିବା ବେଳେ ନୂଆ ଭୋଟର ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪। ତାରିଖ ଘୋଷଣା ପରେ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ନୂଆ ଭୋଟରଙ୍କ ଭିତରେ ଉତ୍ସାହ ବଢିଛି।

୨୦୧୯ ଭଳି ଏଥର ରାଜ୍ୟରେ ସମାନ ପାର୍ଟନରେ ନିର୍ବାଚନ ହେଉଛି। ମେ ୨୫, ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ହେବାର ଅଛି। ତେବେ ଯଦିଓ ପାର୍ଟନ ନୂଆ ନୁହେଁ ହେଲେ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଏହି ପାର୍ଟନ ଭୋଟକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ।

Assembly Polls Model Code Of Conduct General Elections 2024
Advertisment
Advertisment