Advertisment

ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ସୁନା ବର୍ଷା; ମିଳିଲା ୬ଟି ସ୍ୱର୍ଣ୍ଣ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।

author-image
Santosh Kumar Sahoo
Asian Games Gold Medal

Asian Games Gold Medal

ହାଙ୍ଗଝୌ ଏସିଆନ୍ ଗେମ୍ସରେ ଭାରତ ପାଇଁ ଆଜି ସୁନା ବର୍ଷା । ଆଜି ଗୋଟିଏ ଦିନରେ ୬ଟି ସ୍ୱର୍ଣ୍ଣ ପଦକ ପାଇଛି ଭାରତ । ଆର୍ଚେରୀ, କବାଡି, ବ୍ୟାଡମିଣ୍ଟନ ଓ କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ଆର୍ଚେରୀର କମ୍ପାଉଣ୍ଡ୍‌ ମହିଳା ବ୍ୟକ୍ତିଗତ ବର୍ଗରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଛନ୍ତି। ସେହିପରି କମ୍ପାଉଣ୍ଡ ପୁରୁଷ ବ୍ୟକ୍ତିଗତ ବର୍ଗରେ ଓଜାସ୍ ପ୍ରବୀଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି।

Advertisment

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ
ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି । ଅନ୍ୟପକ୍ଷରେ ଆଜି ମହିଳା ଓ ପୁରଷ କବାଡ଼ି ଟିମ୍ ଇଭେଣ୍ଟରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ବର୍ଗ କବାଡ଼ି ଫାଇନାଲ ମ୍ୟାଚରେ ଇରାନକୁ ୩୩-୨୯ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି ।

Advertisment

ସେହିପରି ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହେବା ପରେ ଭଲ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଥିଲା । ତେବେ ଆଜି ମୋଟ ୬ ସ୍ୱର୍ଣ୍ଣ ପଦକ ସହ ଭାରତ ମୋଟୋ ୨୭ଟି ସ୍ୱର୍ଣ୍ଣ ପଦକ ସହ ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି।

India News Cricket Badminton Asian Games Archery Kabaddi
Advertisment
Advertisment