Advertisment

Asian Games: ଭାଙ୍ଗିଲା ପାକିସ୍ତାନର ସ୍ୱପ୍ନ, କ୍ରିକେଟରେ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଆଜି ଏସିଆନ୍‌ ଗେମ୍ସର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ମାତ୍ର ୧୧୫ ରନ୍ କରିଥିଲା ।

author-image
Santosh Kumar Sahoo
Asian Games Final

Asian Games Final

ଏସିଆନ୍ ଗେମ୍ସ ଫାଇନାଲରେ ଆଫଗାନିସ୍ତାନ। ପାକିସ୍ତାନକୁ ହରାଇ ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି ଆଫଗାନିସ୍ତାନ। ଯାହାଫଳରେ ଶନିବାର ଫାଇନାଲ୍‌ ମୁକାବିଲାରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର ।

Advertisment

ଆଜି ଏସିଆନ୍‌ ଗେମ୍ସର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ମାତ୍ର ୧୧୫ ରନ୍ କରିଥିଲା । ୧୧୬ ରନ୍‌ର ଟାର୍ଗେଟ ନେଇ ପନିଆକୁ ଓହ୍ଲାଇଥିବା ଆଫଗାନିସ୍ତାନ ୧୭.୫ ଓଭରରେ ୬ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ବିଜୟ ହେବା ସହ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ଜିତିବାର ଆଶା ପାକିସ୍ତାନର ବିଫଳ ହୋଇଛି । 

ସୂଚନା ଅନୁସାରେ ଏସିଆନ୍ ଗେମ୍ସର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ବାଂଲାଦେଶ। ଏହି ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ମାତ୍ର ୯୬ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ସାଇ କିଶୋର ୩ଟି ଓ ୱାସିଙ୍ଗଟନ୍ ସୁନ୍ଦର ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ୯୭ ରନ୍‌ର ଟାର୍ଗେଟକୁ ଭାରତ ମାତ୍ର ୯.୨ ଓଭରରେ ହାସଲ କରିଥିଲା। ଭାରତ ପକ୍ଷରୁ ତିଲକ ବର୍ମା ଅପରାଜିତ ୫୫ ରନ୍‌ କରିଥିବାବେଳେ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଅପରାଜିତ ୪୦ ରନ୍‌ କରିଥିଲେ। ଏହି ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଭାରତ।    

Advertisment
India Afghanistan Asian Games
Advertisment
Advertisment