• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାରତର ପ୍ରାଚୀନ ଖେଳ ଯୋଗାସନକୁ ନେଇ ଖୁସି ଖବର । ଏସୀୟ କ୍ରୀଡା ୨୦୨୬ରେ ସାମିଲ ହେବାକୁ ଯାଉଛି ଯୋଗାସନ। ପ୍ରାଥମିକ ଭାବେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଭାବରେ ଯୋଗକୁ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାରେ ସାମିଲ କରାଯାଇଛି । ଜାପାନର ନାଗୋୟା ଐଚିରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୦୨୬ ଏସିଆନ ଗେମ୍ସରେ ଯୋଗାସନ ଦେଖିବାକୁ ମିଳିବ ।

ଏସୀୟ ଅଲିମ୍ପିକ ପରିଷଦର( Olympic Council of Asia) ୪୪ତମ ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଯୋଗାସନକୁ ଏସିଆନ ଗେମ୍ସର କ୍ୟାଲେଣ୍ଡରରେ ସାମିଲ କରାଯାଇଛି । OCAର ସଭାପତି ଭାବେ ଭାରତର ରଣଧୀର ସିଂ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ସେ ଏହି ସୂଚନା ଦେଇଛନ୍ତି । ୨୦୨୪ରୁ ବର୍ଷ ୨୦୨୮ ପର୍ଯ୍ୟନ୍ତ ସେ ସଭାପତି ଦାୟିତ୍ୱରେ ରହିବେ । 

ସଭାପତି ନିର୍ବାଚିତ ହେବାପରେ OCAସଭାପତି କହିଛନ୍ତି, "ନାଗୋୟାରେ ହେବାକୁ ଥିବା ୨୦୨୬ ଏସିଆନ ଗେମ୍ସର କ୍ୟାଲେଣ୍ଡରରେ 'ଯୋଗ'  ସାମିଲ ପାଇଁ ଅନୁମୋଦନ ମିଳିଛି । ଯୋଗକୁ ସାମିଲ କରିବାପାଇଁ ୧୦ ଦିନ ଭିତରେ ସମସ୍ତ ସଦସ୍ୟଙ୍କୁ ମନାଇବାକୁ ସଫଳ ହୋଇଛୁ । ପ୍ରଧାନମନ୍ତ୍ରୀ ମୋଦି ଯୋଗର ପ୍ରଚାର ପ୍ରସାର କରୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ସମସ୍ତ ଖେଳରେ ଆହତ ହେବାର ଭୟ ରହିଥାଏ ମାତ୍ର ଯୋଗ ଏମିତି ଏକ ଖେଳ ଯେଉଁଥିରେ ଶରୀର ଫିଟ୍ ରହିଥାଏ । ୨୦୨୬ ସଂସ୍କରଣରେ ଯୋଗ ସମସ୍ତଙ୍କୁ ପ୍ରଭାବିତ କରିବ ଓ ୨୦୩୦ ଏସିଆନ ଗେମ୍ସରେ ମେଡାଲ ଇଭେଣ୍ଟ ଭାବେ ବିବେଚିତ ହେବ । 

OTV is now on Whatsapp

Join and get latest news update delivered to you via whatsapp

Join Now