Advertisment

ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କଟକ SDJM କୋର୍ଟ

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Anubhav-Varsha domestic violence case: Cuttack SDJM court reserves verdict

Anubhav-Varsha domestic violence case: Cuttack SDJM court reserves verdict

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଶୁଣାଣି । ଅନୁଭବଙ୍କ ବିରୋଧରେ ଘରୋଇ ନିର୍ଯାତନା ଅଭିଯୋଗ ଆଣିଥିଲେ ବର୍ଷା । ଏହି ମାମଲାର ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

Advertisment

ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଘର ଛାଡ଼ନ୍ତୁ, ତାଙ୍କୁ ଭଲ ଆକୋମୋଡେସନ୍ ଦେବାକୁ ବି ଅନୁଭବ କୋର୍ଟରେ ପିଟିସନ୍ କରିଛନ୍ତି । ଏହି ଆବେଦନ ଉପରେ ବି ଶୁଣାଣି ହୋଇଛି । ଆଜି ଶୁଣାଣି ବେଳେ ସାଂସଦ ଅନୁଭବ ମହାନ୍ତି କୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନର କୌଣସି ବି ପ୍ରତିକ୍ରିୟା ରଖିନାହାନ୍ତି ।

Advertisment

ତେବେ ଏହାପୂର୍ବରୁ ଅନୁଭବଙ୍କ ଭିଡିଓ ଏବଂ ବର୍ଷାଙ୍କ କାଉଣ୍ଟର ସୋସିଆଲ୍ ମିଡିଆ ପୋଷ୍ଟ ବିବାଦକୁ ବଢ଼ାଇଛି । ଫଳରେ ସୋସିଆଲ୍ ମିଡିଆରେ ବର୍ଷା ଓ ଅନୁଭବଙ୍କ ମଧ୍ୟର ୱାର୍ ତେଜିବାରେ ଲାଗିଛି । ଅନୁଭବଙ୍କ ଭିଡିଓ ଆଉ ବର୍ଷାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଥମିବାର ନାଁ ନେଉନି । ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

MP Anubhav Mohanty Cuttack Anubhav Varsha SDJM Court Anubhav Varsha Marital Discord
Advertisment
Advertisment