Advertisment

Dead Fish Floating: ଗାଁ ପୋଖରୀରେ ଭାସୁଛି ଶହ ଶହ ମଲା ମାଛ...ଗନ୍ଧରେ ନାକ ଫାଟିପଡୁଛି

ଗାଁର ଲୋକମାନେ ଶୁକ୍ରବାର ସକାଳେ ଦେଖିଲେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ପୋଖରୀରେ ଭାସୁଛି। ଏଥି ସହ କିଛି କଳା ଜିନିଷ ମଧ୍ୟ ଭାସିବାର ଦେଖାଯାଇଥିଲା। ଫଳରେ ଵିଷ ପଡିଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ଗ୍ରାମବାସୀ ପୋଲିସ ଓ ସରପଂଚଙ୍କୁ ଜଣାଇଥିଲେ।

author-image
Prasan Subudhi
ଅଦ୍ୟତନ ହୋଇଛି
ଶହ ଶହ ମଲାମାଛ

ଶହ ଶହ ମଲାମାଛ

ଜଗଦଲପୁର ଗାଁର ଦୁଇଟି ପୋଖରୀରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ । ଗତ ଦୁଇ ଦିନ ଧରି ଗାଁର ପୂତିଗନ୍ଧମୟ ପରିବେଶ ଯୋଗୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି। ଏମିତିକି ଘରୁ ବାହାରିଲେ ନାକ ଫାଟି ଯାଉଛି । ଏ ବାବଦରେ ଗ୍ରାମାଞ୍ଚଳ ପୋଲିସ ଓ ବିଡ଼ିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମଧ୍ୟ ଫଳ ଶୂନ। ଶେଷରେ ଜିଲ୍ଲାପାଳଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ।

Advertisment

ଭଦ୍ରକ ବ୍ଲକ ଅଧିନ ଜଗଦଲପୁର ପଞ୍ଚାୟତର ଗୋପାଳୀ ଗାଁ। ଏହି ଗାଁରେ ସର୍ବ ସାଧାରଣ ପାଇଁ ଦୁଇଟି ବଡ ପୋଖରୀ କଚେରୀ ପୋଖରୀ ଓ ଗାଣ୍ଡୁଆ ପୋଖରୀ। ଏହି ଗାଁ ପୋଖରୀକୁ ଗ୍ରାମବାସୀ ବ୍ୟବହାର କରନ୍ତି। ଏହି ଗାଁର ଶଙ୍କର୍ଷଣ ନାୟକ ପୋଖରୀ ଲିଜ ନେଇ ମାଛ ଚାଷ କରିଥିଲେ।

ଵିଭିନ୍ନ ପ୍ରକାରର ମାଛ ମଧ୍ୟ ଛାଡିଥିଲେ। ହେଲେ ହଠାତ ଗତ ଗୁରୁବାର ରାତିରେ କିଛି ଲୋକ ଆସି ଗାଁ ପୋଖରୀରେ କିଛି ପକାଉଥିବାର ଦେଖିଥିଲେ। ଏହାକୁ ଦେଖିବା ମାତ୍ରେ ଗାଁ ଲୋକ ମାନେ ହୋହାଲା କରିବା ସେହି ଗାଡି ଓ ଗାଡି ଚାଳକ ସେଠାରୁ ଫେରାର ହୋଇ ଯାଇଥିଲେ।

Advertisment

ଏହା ପରେ ଗାଁର ଲୋକମାନେ ଶୁକ୍ରବାର ସକାଳେ ଦେଖିଲେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ପୋଖରୀରେ ଭାସୁଛି। ଏଥି ସହ କିଛି କଳା ଜିନିଷ ମଧ୍ୟ ଭାସିବାର ଦେଖାଯାଇଥିଲା। ଫଳରେ ଵିଷ ପଡିଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ଗ୍ରାମବାସୀ ପୋଲିସ ଓ ସରପଂଚଙ୍କୁ ଜଣାଇଥିଲେ।

ସରପଞ୍ଚ ବିଡ଼ିଓଙ୍କୁ ଜଣାଇଥିଲେ। ହେଲେ ଗତ ଦୁଇ ଦିନ ହେଲା ଗାଁରେ ପଚା ଗନ୍ଧରେ ନାକ ଫାଟି ପଡୁଛି। ଗାଁରେ ଲୋକମାନେ ଘରୁ ଵାହାରିଲେ ମୁହଁରେ କପଡା ବାନ୍ଧିବାକୁ ପଡୁଛି।

ରାଜନୈତିକ ଶତୃତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Air Pollution Village Pond Dead Fish
Advertisment
Advertisment