Advertisment

Delhi Air Pollution: ଦିଲ୍ଲୀ ବାୟୁରେ ପ୍ରବଳ ବିଷ ! ଦୈନିକ ୫୦ ସିଗାରେଟ୍‌ ପିଉଛନ୍ତି ଦିଲ୍ଲୀବାସୀ !!

ନିଦ ହଜାଇଛି ଦିଲ୍ଲୀ ପ୍ରଦୂଷଣ! ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Delhi Pollution

Delhi Pollution

ନିଦ ହଜାଇଛି ଦିଲ୍ଲୀ ପ୍ରଦୂଷଣ! ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ । ଲଗାତର ୩ ଦିନ ହେଲା ବାୟୁର ମାନ ୫୦୦ ଉପରେ ରହିଛି । ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ ବନ୍ଦ ବନ୍ଦ ରଖାଯାଇଥିବା ବେଳେ ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ ଲାଗିଛି ବ୍ୟାନ୍ । ବାୟୁ ସହ ଯମୁନା ପାଣି ବି ବିଷାକ୍ତ ହୋଇ ପଡ଼ିବାରୁ ବଢ଼ିଛି ଉଦବେଗ । ଦିଲ୍ଲୀ ପବନରେ ଭରିଗଲାଣି ବିଷ । ଏଠି ନିଶ୍ୱାସ ନେବାକୁ ଲାଗିଲାଣି ଭୟ ।

Advertisment

ପ୍ରଦୂଷଣ ଏତେ ଯେ, ୨୦୦ ମିଟର ଯାଏଁ କିଛି ଦେଖାଯାଉନି । ଗ୍ୟାସ ଚାମ୍ବର ପାଲଟିଥିବା ଦିଲ୍ଲୀ-ଏନସିଆରକୁ ଏଥିରୁ ଉଦ୍ଧାର ପାଇଁ ଲାଗୁ ହୋଇଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍, GRAP-୩ । ରାଜଧାନୀରେ ଲାଗୁ ହୋଇଛି କଟକଣା । ଅପରପକ୍ଷେ ବାୟୁ ପ୍ରଦୂଷଣକୁ ନେଇ ଛାତି ଥରା ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ କେତେକ ସ୍ଥାନରେ ଯଥା: ଆଲିପୁର, ଆନନ୍ଦ ବିହାର, ବାୱାନା, ନରେଲା, ପୁସା ଏବଂ ସୋନିଆ ବିହାର ପରି କେତେକ ସ୍ଥାନରେ AQI ୫୦୦ ପାର୍ କରିଛି । ଏହାର ଅର୍ଥ ହେଉଛି ଦିଲ୍ଲୀର ବାୟୁ “ ଭୀଷଣ ସାଙ୍ଘାତିକ୍ ସ୍ତରରେ ରହିଛି । ପ୍ରଶାସନ ଏହାକୁ ବାୟୁ ପ୍ରଦୂଷଣର ସର୍ବୋଚ୍ଚ ସ୍ତର ବୋଲି କହିଛି ।

ତେବେ ଆପଣ ଜାଣନ୍ତି କି, ଏହି ପ୍ରଦୂଷଣ ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ...

ରିଅଲ୍ ଲାଇଫ୍‌ରେ ସାମ୍ପ୍ରତିକ AQI ୫୦୦ ସ୍ତରରେ ବଞ୍ଚିବାର ଅର୍ଥ କ’ଣ?

ଏପରି ପ୍ରଦୂଷଣ ସ୍ତରର ଅର୍ଥ ହେଉଛି ଜଣେ ସାଧାରଣ ବ୍ୟକ୍ତି ଦୈନିକ ୫୦ଟି ସିଗାରେଟ୍ ଟାଣିବା ଯାହା, AQI ୫୦୦ ବାୟୁ ପ୍ରଦୂଷଣରେ ରହିବା ତାହା । ଅପଦାର୍ଥ କଣିକା ଏବଂ ଗ୍ୟାସ୍ ଫୁସଫୁସରେ ପଶିବା ସହ ରକ୍ତ ପ୍ରବାହକୁ କ୍ଷତି ପହଞ୍ଚାଏ । ଫଳରେ ଶ୍ୱାସକ୍ରିୟା ସମସ୍ୟା ସହ ଅନ୍ୟାନ୍ୟ ଶାରିରୀକ ସମସ୍ୟାକୁ ମଧ୍ୟ ଡାକିଆଣେ ।

Advertisment

ଏପରି ପ୍ରଦୂଷଣ ଫୁସଫୁସ ଟିସୁକୁ କ୍ଷତି ପହଞ୍ଚାଇପାରେ । ଯାହାଦ୍ୱାରା ଧୂମପାନ ସହିତ ଜଡିତ ବିଭିନ୍ନ ରୋଗ ହୋଇପାରେ, ଯେପରିକି ଶ୍ୱାସକ୍ରିୟା ଏବଂ ହୃଦ୍‌ରୋଗ । ଏହି ପରିସ୍ଥିତି ଫୁସଫୁସର ମଧ୍ୟ ବହୁ କ୍ଷତି କରିପାରେ । ଏହିପରି ସାଙ୍ଘାତିକ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ବାସିନ୍ଦାମାନେ PM୨.୫, PM୧୦, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO₂), ସଲଫର୍ ଡାଇଅକ୍ସାଇଡ୍ (SO₂), ଏବଂ ଓଜୋନ୍ (O₃) ସହିତ ଗ୍ୟାସ୍ ଏବଂ ବିଭିନ୍ନ ପ୍ରକାର କଣିକା ପଦାର୍ଥ ନିଶ୍ୱାସରେ ଯାଇଥାଏ । ଏହି ପ୍ରଦୂଷକଗୁଡିକ ଗାଡ଼ିରୁ ବାହାରୁଥିବା ଧୂଆଁ ସହ ଶିଳ୍ପ ଓ ବାୟୋମାସ୍ ଜଳିବା ଦ୍ୱାରା ବାହାରିଥାଏ ।

ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ଫଳରେ କାଶ, ନିଶ୍ୱାସରେ କଷ୍ଟ, ମୁଣ୍ତ ବ୍ୟଥା ଆଦି ଅନେକ ପ୍ରକାର ଶାରିରୀକ ଅସୁସ୍ଥତା ଦେଖାଦିଏ । ଆସ୍ଥମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD), ହୃଦ ରୋଗ ଏବଂ ଫୁସଫୁସ କର୍କଟ ଭଳି ଗୁରୁତର ରୋଗ ମଧ୍ୟ ହୋଇପାରେ । ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ଏପରି ପ୍ରଦୂଷଣ ଘାତକ ସାବ୍ୟସ୍ଥ ହୋଇଥାଏ ।

ଶୀତ ବଢ଼ିବା ସହ ପରିସ୍ଥିତି ଆହୁରି ଖରାପ୍ ହୋଇଯାଏ । ଶୀତ ଋତୁରେ ଦିଲ୍ଲୀ ଏକ ଗ୍ୟାସ୍ ଚାମ୍ବରରେ ପରିଣତ ହୁଏ! ବାହାରେ ବାୟୁ ପ୍ରଦୂଷଣ ରହିଲେ ମଧ୍ୟ ଘର ଭିତରେ ଏହାର ପ୍ରଭାବ କିଛି କମ୍ ନଥାଏ । ଘର ଭିତରେ ରହିଲେ ମଧ୍ୟ ସମାନ ପରିମାଣରେ କ୍ଷତି କରିଥାଏ ଏହି ପ୍ରଦୂଷକ । ପର୍ଯ୍ୟାପ୍ତ ବାୟୁ ଚଳାଚଳ ବିନା ଆବଦ୍ଧ ସ୍ଥାନରେ ବିଷାକ୍ତ ପଦାର୍ଥ ବାହାରିବାକୁ ବାଟ ପାଏନାହିଁ । ଲୋକେ ମଧ୍ୟ ବାହାରେ ପ୍ରଦୂଷଣକୁ ଦେଖି ଝରକା ବନ୍ଦ ରଖନ୍ତି । ଫଳରେ ଘର ଭିତରେ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡ଼େ ।

ସେପଟେ ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀ ଓ ସମ୍ପୂର୍ଣ୍ଣ NCRରେ ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ଏପରିକି ଦିଲ୍ଲୀ ୟୁନିର୍ଭସିଟିକୁ ନଭେମ୍ବର ୨୩, JNUରେ ନଭେମ୍ବର ୨୨ ପର୍ଯ୍ୟନ୍ତ ଅନଲାଇନରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର । ତେବେ ସୋମବାର ସକାଳ ୭ରେ AQI ୪୮୧ ରେକର୍ଡ କରାଯାଇଥିଲା । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଗ୍ରେପ୍-୪ କଟକଣା ଲାଗୁ ହୋଇଥିଲା ।

ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି । ମୁକାବିଲା ପାଇଁ ଗତକାଲିଠୁ ଲାଗୁ ହୋଇଛି ଗ୍ରେପ୍-୪ କଟକଣା । ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି । ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ ।

ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ । BS-୪ କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ଦିଆଯାଇଛି ପରାମର୍ଶ।

ତେବେ o ରୁ ରୁ ୫୦ ମଧ୍ୟରେ ଥିବା AQI କୁ ‘ଭଲ’, ୫୧ ଏବଂ ୧୦୦ ମଧ୍ୟରେ ରହିଲେ ଏହା ‘ସନ୍ତୋଷଜନକ’, ୧୦୧ ରୁ ୨୦୦କୁ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଅତି ଖରାପ’ ବୋଲି ଧରାଯାଏ । ସେହିପରି AQI ୪୦୧ରୁ ୪୫୦ ମଧ୍ୟରେ ରହିଲେ ଏହାକୁ ‘ଗୁରୁତର’ ଏବଂ ୪୫୦ ପାର୍ କଲେ ଏହାକୁ ସିଭିୟର୍ ପ୍ଲସ୍ ବା ‘ଅତି ଗୁରୁତର’ ଭାବରେ ବିବେଚନା କରାଯାଏ । ବଢୁଥିବା AQI ଇନଡେକ୍ସକୁ ହ୍ରାସ ଓ ବାୟୁ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏହି ଅଷ୍ଟସୂତ୍ରୀ ନିୟମ ଲାଗୁ ହୋଇଛି ।

ଅଧିକ ପଢ଼ନ୍ତୁ: ୧୨୦ ମିନିଟ୍ ଧରି ହାର୍ଟବିଟ୍ ବନ୍ଦ ! ତଥାପି ବଞ୍ଚିଗଲା ଜୀବନ

Air Pollution New Delhi Delhi Pollution Air Pollutants
Advertisment
Advertisment