ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ ।
କଟକରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଅଘଟଣ । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲା ।
ଅମ୍ବରନାଥରେ ଭୟଙ୍କର ଦୃଶ୍ୟ । କାର୍କୁ ପିଟିଲା କାର୍ । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।
ବିଲ ମଝିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ପାଖରେ ପଡ଼ିଛି ପୁଣି ବାଇକ୍ । ତେବେ ଏବେ ପ୍ରଶ୍ନ ଉଠିଛି କେମିତି ହେଲା ମୃତ୍ୟୁ ?
ମନ୍ଦିରରେ ଘଟିଲା ବଡ଼ ଅଘଟଣ । ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା । ଏମିତି ଦୁଃଖ ଘଟଣା ଘଟିଛି ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ।
ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ l ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିଗଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।
ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ।
ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।
ପୁଣି ବଡ଼ ରେଳ ଦୁର୍ଘଟଣା । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି ।
ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା ।
ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।
ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।
ଧରାପଡ଼ିଲା ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଟ୍ରକ୍ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ୍ ଓ ଡ୍ରାଇଭରକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।
ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ । ବାଇପାସ ବଦଳରେ ଟାଉନ ଭିତରେ ଚାଲିଛି ଭାରିଯାନ ।
ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି।
ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
କୋରାପୁଟରେ ମାଟି ଅତଡ଼ା ଧସିବାରୁ ୨ ମହିଳା ମୃତ । କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ଧସିଲା ମାଟି ଅତଡ଼ା ।
ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।
ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
ପୁରୀରେ ଶୁଣାଣୀ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସେଦିନ ଡ୍ୟୁଟିରେ ଥିବା ପୁରୀ ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ଏସପି, ଅଗ୍ନିଶମ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ଆଜି ତଥ୍ୟ ଉପସ୍ଥାପନ କରିବେ।
ଥଣ୍ଡା ହେତୁ ଚାରିଜଣ ଟ୍ରେକରଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍ଙ୍କ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା ।