Advertisment

Accident: ପିଟି ହେଲା ବସ୍-ଟ୍ରକ୍: NHରେ ବଡ଼ ଧରଣର ଦୁର୍ଘଟଣା

ପିଟି ହେଲା ବସ୍-ଟ୍ରକ୍। NHରେ ବଡ଼ ଧରଣର ଦୁର୍ଘଟଣା। ୧୪୯ NH ପରଜଙ୍ଗ ଅଞ୍ଚଳରେ OSRTC ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା। ତିନି ବସ୍ ଯାତ୍ରୀ ଓ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ।

author-image
Chinmayee Sahoo
Accident

Accident Photograph: (OTV)

ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା। ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ନିକଟରେ OSRTC ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଏଥିରେ ତିନି ବସ୍ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । 
ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ୍ ଅପର ପାର୍ଶ୍ବରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଭୟଙ୍କର ହୋଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ବସର ସାମ୍ନା ମଧ୍ୟ ଭାଙ୍ଗିରୁଜି ଯାଇଛି । ତେବେ ଦୁର୍ଘଟଣା ଫଳରେ ବସରେ ଥିବା ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

Advertisment


•    ପିଟିହେଲା ବସ୍-ଟ୍ରକ୍  
•    NHରେ ବଡ଼ ଧରଣର ଦୁର୍ଘଟଣା 
•    ୧୪୯ NH ପରଜଙ୍ଗ ଅଞ୍ଚଳରେ OSRTC ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା  
•    ତିନି ବସ୍ ଯାତ୍ରୀ ଓ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ 
•    ଦ୍ରୁତଗାମୀ ଟ୍ରକ୍ ସହ ମୁହାଁମୁହିଁ ଧକ୍କା

Accident
Advertisment
Related Articles
Advertisment