ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ବୌଦ୍ଧ ମନମୁଣ୍ଡା ଥାନା ମଶିଣାପଡା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା ।
ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।
ନିଜ ଝିଅକୁ କଟକରେ ଛାଡ଼ି ପତ୍ନୀ ଓ ଶାଶୁଙ୍କୁ ଧରି ଭଞ୍ଜନଗର କ୍ୱାର୍ଟର୍ସକୁ ଫେରୁଥିଲେ। ଆଜି ଭୋର ସମୟରେ ଶାଳୁଆପଲି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପରେ ଗାଡ଼ିଟି ୪ ପାଲଟା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍।
ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l
ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ରାଣୀ।
ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର।
ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି।
ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ମଧ୍ୟ ସାହାଯ୍ୟ କରିନଥିଲେ । କେବଳ ଏୟାର ଆସ୍ଥାନାର ନମ୍ବର ଦେବାପରେ ନିଜ ଉପରୁ ଦାୟିତ୍ୱ ହଟାଇ ନେଇଥିଲେ । ଆହତଙ୍କ ସାଥୀରେ ଯିବାପାଇଁ ମଧ୍ୟ କେହି ବାହାରିନଥିଲେ । ଜଣେ ମଣିଷ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଚୁପ ବସିଯାଇଥିଲେ ଅଧିକାରୀ । ଅନ୍ୟପଟେ ଭାଷା ପ୍ରତିବନ୍ଧକ ସମସ୍ୟାକୁ ଆହୁରି ଜଟିଳ କରିଦେଇଥିଲା ।
ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର।
ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?
ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ଆହତ ବିଜେପି କର୍ମୀ। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି । ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।
ପୁଣି କାଳ ହେଲା ବାଣ ବିସ୍ଫୋରଣ । ଉଡିଗଲା ଘରର ଛାତ ।
୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା ପଶିଛି ।
ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।
କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...
ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାସ୍ତାକଡ଼ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର।
ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍ରେ ପ୍ରବେଶ କରି କହିଲେ, “ଆମକୁ ଚା ଦିଅ” ।
କଟକ ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ବଡ଼ ଅଘଟଣ । ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ପଡ଼ିବାରୁ ଏଥିରେ ଚାପି ହୋଇ ୩୦ରୁ ଅଧିକ ଦର୍ଶକ ଆହତ ହୋଇଛନ୍ତି ।
ମୋଟ୍ ୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି। ତିନିଜଣ ଗୁରୁତର ହୋଇଛନ୍ତି।
ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ଏଠାରେ ଥିବା ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ିପଡିଥିଲା।
ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।