ଶରଣାର୍ଥୀ ଶିବିର ବାହାରେ ବସ୍ ଷ୍ଟପେଜ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍ୟୁଭି କାର୍ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍ରେ ବାଇକ୍ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ।
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।
ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।
ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।
ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ
ମୋବାଇଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।
ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।
୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍ ଧକ୍କା ଦେବା ସହ ଜଳି ଯାଇଥିଲା।
ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗାଡ଼ି ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରେଲର । ଗୁରୁତର ହେଲପର ବି ଆଖିବୁଜିଲେ...
ଖାଇକୁ ବସ୍ ଖସି ପଡ଼ିବା ଯୋଗୁ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି ।
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ।
ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
କାନ୍ଦ ବୋବାଳିରେ ଫାଟି ପଡୁଛି ଘର . . ହେଲେ ଏଠି କିଏ କାହାକୁ ସମ୍ଭାଳିବ
ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ।
ଆପଣ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ।
ବାରିପଦା-ବେତନଟୀ ରାସ୍ତାରେ ବସ୍ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍ ଓଲଟି ପଡ଼ିଥିଲା।