ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।
ବାଇକ୍ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।
ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।
ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।
୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।
ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ବିଜ୍ଞାନ ସହ ତମାମ ପ୍ରଚେଷ୍ଟା ବିଫଳ ହୋଇଛି । ଶ୍ରମିକଙ୍କ ଅବସ୍ଥା କେମିତି ଅଛି ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି କେହି। ତଥାପି ଆଶା ଆଉ ବିଶ୍ବାସ, ଈଶ୍ବରଙ୍କୁ ଶରଣକୁ ଗଲେ ଫସିଥିବା ମଣିଷମାନେ ମୁକ୍ତି ପାଇଯିବେ। ଶେଷରେ ସେଇଆ ହୋଇଛି, ଯାହା ଗ୍ରାମବାସୀ ଚାହୁଁଥିଲେ । ପତାକା ବନ୍ଧା ସହ ନଡ଼ିଆ ବାଡ଼େଇ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ..
ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ ପ୍ରାୟ ୨୦ ଫୁଟ୍ ତଳକୁ ଏକ କାର୍ ଖସି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।
ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।
ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭର ଗୁରୁତର ରହିଥିବା ଜଣାପଡ଼ିଛି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।
ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।
ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।
ଦୀପାବଳିରେ ଚାଲିଗଲା ବାପାଙ୍କ ଜୀବନ । ସହିପାରିଲେନି ମା’, କରିଦେଲେ ଆତ୍ମହତ୍ୟା । ଉଜୁଡ଼ି ଗଲା ସୁନାର ସଂସାର । ଛାରଖାର ହୋଇଗଲା ପୁରା ପରିବାର । ଅନାଥ ହୋଇଗଲେ ଦୁଇ ନାବାଳିକା ଝିଅ...
ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।
ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଆହତ ।
ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ। ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ..
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।