Advertisment

ବିଜେଡି ସରକାର ଗଲା ପରେ ଖୋଲୁଛି 5T ସ୍କୁଲ ଗୁମର

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

5T School

ଉପର ଚକଚକିଆ, ଭିତର ଫମ୍ପା । ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ ଟି ସ୍କୁଲ ଗୁମର । କେବଳ ଦଳୀୟ ନେତାଙ୍କ ପକେଟ ଗରମ ପାଇଁ ନବୀନ ସରକାର କରିଥିଲେ କି ଫାଇଭ ଟି ସ୍କୁଲ ? ଗ୍ରାଉଣ୍ଡ ରିୟଲଟି କିଛି ସେୟା ହିଁ କହୁଛି । ଉମରକୋଟ ଅଂଚଳା ସ୍ଥିତ ସଂଗ୍ରାମୀ ବାଳ ପୂଜାରୀ ହାଇସ୍କୁଲ । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳ । ହେଲେ ଏଠି ପୂରା ହଡ଼ପ ହୋଇଯାଇଛି ଅନୁଦାନ ଟଙ୍କା । ୬୦ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ଟଙ୍କା ସ୍କୁଲ ଆକାଉଣ୍ଟକୁ ଯାଇଛି । ହେଲେ ବିଡମ୍ବନାର କଥା ସ୍କୁଲରେ ପାଚେରୀ ନାହିଁ କି ଗେଟ୍‌ ନାହିଁ । ଲାଇବ୍ରେରୀଟେ ତିଆରି ହୋଇନି । ଏମିତି କି ସ୍କୁଲର ଗୋଟିଏ ଶୌଚାଳୟ ଟିଏ ମଧ୍ୟ ନାହିଁ । ନିମ୍ନ ମାନର କାମ କରାଯାଇ ଖାଲି ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି ବୋଲି କହିଛନ୍ତି ଖୋଦ ପ୍ରଧାନ ଶିକ୍ଷକ ।

Advertisment

ଆଉ ୬୦ ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତିକରଣ ହୋଇଥିବା ସ୍କୁଲ ହେଉଛି ବାଲେଶ୍ବର ଆଇଟିଆଇ ହାଇସ୍କୁଲ। ଏଠି ସ୍ଥିତି ସଂଗୀନ । ରଙ୍ଗ ମାରି ଚକାଚକ ହୋଇଯାଇଛି ସ୍କୁଲ। କିନ୍ତୁ ସ୍କୁଲକୁ ଆବର୍ଜନା ପାଣିରେ ପଶି ଯିବାକୁ ପଡୁଛି। ଭିତରକୁ ଗଲେ କେଉଁଠି ସ୍ମାର୍ଟ କ୍ଲାସରୁ ପାଣି ଗଳୁଛି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି । 5T ରେ ଆସିଥିବା କମ୍ପ୍ୟୁଟର ତ ଅଛି ହେଲେ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି ।

ଏପଟେ ବିଧାନସଭାରେ ଆସିଥିବା ତଥ୍ୟ କହୁଛି, ଫାଇଭ ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି ୩ ହଜାର ୮୭ କୋଟି ୩୫ ଲକ୍ଷ । ରାଜ୍ୟରେ ୬ ହଜାର ୫୬୪ଟି ହାଇସ୍କୁଲ ରୁପାନ୍ତିକରଣରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ବଡ କଥା ହେଲା ଏହି ଲିଖିତ ପ୍ରଶ୍ନରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ହେଲେ କେମିତି ଆଜି ଯାଏଁ ଫାଇଭ୍‌-ଟି ଦୁର୍ନୀତି ନୂଆ ସରକାରଙ୍କ ନଜରକୁ ଆସିଲାନି ?

Advertisment

ଏମିତି କି ଉପରୋକ୍ତ ପ୍ରଶ୍ନରେ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ମାନସ ଦତ୍ତ ନିଜ ଅଂଚଳ ଆଇଟିଆଇ ହାଇସ୍କୁଲ ନେଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମନ୍ତ୍ରୀ କହୁଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ ହେବ। ଗତକାଲି ମଧ୍ୟ ଗୁରୁଦିବସ ଅବସରରେ ଫାଇଭ୍- ଟି ସଫଳ ହୋଇ ନ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏବେ ଦେଖିବାର କଥା ନୂଆ ସରକାର କେବେ କରୁଛନ୍ତି ଫାଇଭ-ଟି ସ୍କୁଲ ରୁପାନ୍ତିକାରଣର ତଦନ୍ତ, ଆଉ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ।

BJD VK Pandian 5T School
Advertisment
Advertisment