Advertisment

ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁଦିବସ ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Odisha CM Mohan Majhi

Odisha CM Mohan Majhi

ରାଜ୍ୟରେ 5T ସ୍କୁଲର ଶିକ୍ଷା ବ୍ୟବସ୍ଥା ନିମ୍ନମାନର । 5T ସ୍କୁଲ୍ ଏଯାଏଁ କିଛି ସଫଳତା ଦେଇନି । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ବକ୍ତବ୍ୟ ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, 5T ସ୍କୁଲର ଶିକ୍ଷା ବ୍ୟବସ୍ଥା ନିମ୍ନମାନର, ପିଲାଙ୍କୁ ମିଶାଣ ଫେଡ଼ାଣ ବି ଆସୁନଥିଲା । ପିଲା ହାଇସ୍କୁଲ ଗଲାବେଳକୁ ତଳ ଶ୍ରେଣୀର ପାଠ ଜାଣୁନାହାନ୍ତି । ସେତେବେଳେ ବିରୋଧୀ ଦଳରେ ଥିଲି, ମୋ କଥା ସରକାର ଶୁଣି ନଥିଲେ ବୋଲି ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । 

Advertisment

ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁଦିବସ ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ। ଶିକ୍ଷକତାରୁ ରାଜନୀତିକୁ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଶିକ୍ଷକତା କରିବା ସମୟରେ ମାତ୍ର ୩୦୦ ଟଙ୍କା ଦରମା ପାଉଥିଲେ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୂଜ ସଦୃଶ । ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ଏହି ତ୍ରିଭୁଜର ୩ ବାହୁ। ତିନି ବାହୁ ଏକାଠି ହେଲେ ଜଣେ ଛାତ୍ର ଜୀବନ ସୁସଂଗଠିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ଏବେ ସଂକଟରେ ଅଛି। ଆଗାମୀ ଦିନରେ ଭାରତ ରେଳଗାଡ଼ିରେ ଓଡ଼ିଶା ପ୍ରଥମ ଡବା ହେବ। 

Advertisment

5T School Model School Mohan Majhi
Advertisment
Advertisment