ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ ।
ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।
ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି ।
ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ।
ଖୁବ୍ଶୀଘ୍ର ହୋଇପାରେ ବିଜେଡିରେ ନବକଳେବର । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା ।
କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା ।