Advertisment

India vs South Africa: ବାରବାଟୀ 'ବିଗ୍ ଫାଇଟ୍': ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍

ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍।

author-image
Chinmayee Sahoo
Barabati T20 Match

Barabati T20 Match Photograph: (OTV)

ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। ଦିନିକିଆରେ ଟିମ୍ ଇଣ୍ଡିଆ ଟେଷ୍ଟ ପରାଜୟର ବଦଲା ନେଇଛି। ଏବେ ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେବାକୁ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜୀ।

Advertisment

ଗତକାଲି ପ୍ରେସମିଟରେ ଟିମ୍ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବନି ବୋଲି କ୍ୟାପନେଟ୍ ସୂର୍ଯ୍ୟକୁମାର ଇସାରା କରିଛନ୍ତି। ସେପଟେ ଟିମ୍ ଇଣ୍ଡିଆ ଉପ ଅଧିନାୟକ ଶୁଭମନ ଗିଲ୍ ପଡିଆରେ ଅଭ୍ୟାସ କରିଛନ୍ତି। ସେ ସୁସ୍ଥ ହୋଇଥିବାରୁ ଟି-ଟ୍ବେଣ୍ଟିରେ ଅଭିଷେକ ଶର୍ମାଙ୍କ ସହ ଶୁଭମନ୍ ଓପନିଂ କରିବା ନିଶ୍ଚିତ ହୋଇଛି। 

ଗତକାଲି ୩ ଘଣ୍ଟାରେ ନେଟ୍ ପ୍ରାକ୍ଟିସ୍ ସହ ବାରବାଟୀର ନାଲି ପିଚ୍ କୁ ତନ୍ନ ତନ୍ନ ପରଖିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର। ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ରହିଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। 

Advertisment

ସେପଟେ ତ୍ରୁଟିଶୂନ୍ୟ ମ୍ୟାଚ୍ ପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ଫ୍ଲଡ୍ ଲାଇଟ ଯାଞ୍ଚ ସହ ଭଳିକି ଭଳି ରଙ୍ଗୀନ ଆଲୁଅରେ ସଜେଇ ହୋଇଛି ପୁରା ଷ୍ଟାଡିୟମ। ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ବରେ ରହିବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଧିକାରୀ। ପାର୍କିଂ ପାଇଁ ୬ଟି ସ୍ଥାନରେ ହୋଇଛି ବ୍ୟବସ୍ଥା।

•    ବାରବାଟୀ 'ବିଗ୍ ଫାଇଟ୍'
•    ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍
•    ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍
•    ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ 
•    ଟି-ଟ୍ବେଣ୍ଟିରେ ଚେକ୍ ଦେବାକୁ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜୀ
•    ଟିମ୍ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବନି: ସୂର୍ଯ୍ୟକୁମାର 
•    ସୁସ୍ଥ ପରେ ଅଭ୍ୟାସ କଲେ ଉପ-ଅଧିନାୟକ ଶୁଭମନ ଗିଲ୍ 
•    ଅଭିଷେକ ଶର୍ମାଙ୍କ ସହ ଶୁଭମନ୍ ଗିଲ୍ କରିପାରନ୍ତି ଅପନିଂ 
•    ବାରବାଟୀର ନାଲି ପିଚ୍ କୁ ପରଖିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର
•    ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ଥିବାରୁ ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ

India Vs South Africa
Advertisment
Related Articles
Advertisment