/odishatv-khabar/media/media_files/2025/12/08/sand-lift-from-konark-2025-12-08-21-32-07.jpg)
SAND-LIFT-FROM-KONARK Photograph: (OTV)
ବାଲି ମୁକ୍ତ ହେବ ବ୍ଲାକ୍ ପାଗୋଡ଼ା । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ASIର ପୂଜାପାଠ ପରେ ଆରମ୍ଭ ହୋଇଛି କୋର୍ ଡ୍ରିଲ୍ ।
କାରଣ ଆଗେ ଗର୍ଭଗୃହକୁ ନିର୍ମାଣ ହେବ ଏକ ଟନେଲ। ଯେହେତୁ ଏହା ଏକ ଅତି ପୁରାତନ ଐତିହ୍ୟ ସଂପନ୍ନ ମନ୍ଦିର, ତେଣୁ କାନ୍ଥ ପଥରର ସ୍ଥିତି କେମିତି ଅଛି ? ବାଲି କେତେ ଉଚ୍ଚତା ପର୍ଯ୍ୟନ୍ତ ଭର୍ତ୍ତି ହୋଇଛି ? ତାର ଯାଞ୍ଚ ସହ ଗର୍ଭଗୃହ କାନ୍ଥ ଚଉଡା ମାପିବାକୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି ଏଏସଆଇ ବିଶେଷଜ୍ଞ ଟିମ୍। ୧୬ ସେଣ୍ଟିମିଟର ଗୋଲେଇରେ ସାତ ମିଟର ଲମ୍ବର ଏକ ଗାତ ଖୋଳା ଯାଇଛି। ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନ ଲାଗିଛି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓ ସୁପରିଟେଣ୍ଡେଣ୍ଟଙ୍କ ସହ ଆଇଆଇଟି ମାଡ୍ରାସ୍ ର ପ୍ରଫେସର ଅରୁଣ ମେନନଙ୍କ ଉପସ୍ଥିତିରେ ୧୦ଜଣିଆ ଇଞ୍ଜିନିୟରିଂ ଟିମ୍ ଖନନ କାର୍ଯ୍ୟ କରୁଛନ୍ତି।କାନ୍ଥ ପଥର ସ୍ଥିତି ଭଲ ଥିବା କହିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ।
ଅତି ସୁକ୍ଷ୍ମ କାରୁକାର୍ଯ୍ୟ ପାଇଁ ଏକଦା ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା କୋଣାର୍କ ସନ୍ ଟେମ୍ପଲର ଗର୍ଭଗୃହ ସୁରକ୍ଷା ପାଇଁ ୧୯୦୩ ମସିହାରେ ଇଂରେଜ ସରକାର, ସେଥିରେ ବାଲି ଓ ପଥର ଭର୍ତ୍ତି କରି ଦ୍ବାର ସିଲ୍ କରି ଦେଇଥିଲେ। ଏହା ମଧ୍ୟରେ ୧୨୨ ବର୍ଷ ବିତିଯାଇଛି। ମନ୍ଦିର ଗର୍ଭଗୃହର ସ୍ଥିତି ଜାଣିବା ପାଇଁ ରୁର୍କି ସ୍ଥିତ ଏକ ସଂସ୍ଥା ପକ୍ଷରୁ ମନ୍ଦିରର ଲେଜର ସ୍କାନିଂ ସହ ଏଣ୍ଡୋସ୍କୋପି କରାଯାଇଛି। ଏଥିସହ ତା ଭିତରକୁ ରୋବୋଟିକ୍ସ କ୍ୟାମେରା ଛାଡି ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା। ଗର୍ଭ ଗୃହ ଭିତରେ ୧୭ଫୁଟ୍ ବାଲି ଦବି ଥିବା ସୂଚନା ମିଳିବା ସହ ଛାତରେ ଲୁହା ବିମ୍ ଓ ପଥର ଝୁଲନ୍ତା ଅବସ୍ଥାରେ ଥିବା ଜଣା ପଡିଥିଲା। ୨୦୨୦ ମସିହାରେ ମନ୍ଦିରର ସୁରକ୍ଷା ପାଇଁ ASI ତା ଭିତରୁ ବାଲି କାଢିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୨ରେ ଏଥିପାଇଁ ମେକାନିକାଲ ପ୍ଲାଟଫର୍ମ୍ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଥିଲା। ଲୁହା ବିମ୍ ସାହାଯ୍ୟରେ ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ ସହ ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି। ଯାହା ମାଧ୍ୟମରେ ଗର୍ଭଗୃହରୁ ବାଲି କଢ଼ାଯାଇ ମନ୍ଦିର ପାଦଦେଶକୁ ଅଣାଯିବ। ସୂର୍ଯ୍ୟ ମନ୍ଦିରରୁ ସୁରକ୍ଷିତ ବାଲି କଢାକୁ କୋଣାର୍କ ସୁରକ୍ଷା ସମିତି ଓ ପର୍ଯ୍ୟଟକ ସ୍ବାଗତ କରିଛନ୍ତି।...
ବ୍ଲାକ୍ ପାଗୋଡ଼ାରୁ ବାଲି କଢ଼ା ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ସୂର୍ଯ୍ୟ ମନ୍ଦିରର ଜଗମୋହନ ଦ୍ୱାର। ବାହାର ଭଳି ଭିତରେ ବି ରହିଛି କିଭଳି କାରୁକାର୍ଯ୍ୟ ତାକୁ ଦେଖିବାର ମିଳିବ ସୁଯୋଗ।...
When Society Said You're Done: ଲୋକେ ଉଡ଼ାଉଥିଲେ ମଜା, ଓଜନ ହୋଇଯାଇଥିଲା ୯୩ କିଲୋ...କିନ୍ତୁ ଗୋଟିଏ କଥା ସବୁ ବଦଳାଇଦେଲା

Tragic Road Accident: ସବୁବେଳେ ହସାଉ ଥିବା ମଣିଷଟା ସବୁଦିନ ପାଇଁ ଶୋଇପଡ଼ିଲା... ସ୍ବାମୀର ଶବ ପାଖରେ ମୁଣ୍ଡପିଟି କାନ୍ଦୁଛି ସ୍ତ୍ରୀ

Humane Sagar: ହ୍ୟୁମାନଙ୍କୁ ଖୋଜୁଛି କୁନି ଝିଅ , କହୁଛି ତୁମେ ଫେରି ଆସ ବାପା

Why No Police Complaint Yet: କାହିଁକି ଏତଲା କରୁନାହାନ୍ତି ହ୍ୟୁମାନଙ୍କ ମା’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)