Advertisment

Teachers Protests: ସରକାରଙ୍କୁ ଘାରିଲା ଶିକ୍ଷକ ଆନ୍ଦୋଳନ ଚିନ୍ତା , ଜିଦ୍ ଛାଡ଼ୁନାହାନ୍ତି ପ୍ରାଥମିକ ଶିକ୍ଷକ ...

୪ ଦିନ ହେଲା ରାଜରାସ୍ତାରେ ବସିଛନ୍ତି ଶିକ୍ଷକ । ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା । ତେଣେ ଧାରଣା ଦେବାକୁ ସଜବାଜ ହେଉଛନ୍ତି ଆଉ ଦୁଇ ଶିକ୍ଷକ ସଂଗଠନ । ଗୋଟିଏ ପରେ ଗୋଟିଏ ଶିକ୍ଷକ ସଂଘ ଆନ୍ଦୋଳନ, ସରକାରଙ୍କ ମୁଣ୍ଡ ବିନ୍ଧାକୁ ବଢାଇ ଦେଇଛି ।

author-image
Manas Ranjan Mohanty
TEACHER-STRIKE

TEACHER-STRIKE Photograph: (OTV)

୪ ଦିନ ହେଲା ରାଜରାସ୍ତାରେ ବସିଛନ୍ତି ଶିକ୍ଷକ । ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା । ତେଣେ ଧାରଣା ଦେବାକୁ ସଜବାଜ ହେଉଛନ୍ତି ଆଉ ଦୁଇ ଶିକ୍ଷକ ସଂଗଠନ । 
ଗୋଟିଏ ପରେ ଗୋଟିଏ ଶିକ୍ଷକ ସଂଘ ଆନ୍ଦୋଳନ, ସରକାରଙ୍କ ମୁଣ୍ଡ ବିନ୍ଧାକୁ ବଢାଇ ଦେଇଛି । ଦୁଇ ଦଫା ଦାବି ନେଇ ଗତ ଶୁକ୍ରବାରଠାରୁ ଗାନ୍ଧିମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ଧାରଣାରେ ବସି ରହିଛି । ବାରମ୍ବାର ସରକାରଙ୍କ ସହ ଆଲୋଚନା ସତ୍ତ୍ବେ କୌଣସି ନିଷ୍କର୍ଷ ବାହାରିପାରିନି ।

Advertisment

ସେପଟେ ଚାକିରି ସ୍ଥାୟୀ କରିବା ଦାବିରେ ଆସନ୍ତା ୧୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି କନିଷ୍ଠ ଶିକ୍ଷକ ସଂଘ । ସେହିପରି ଏହି ଦିନ ବିଧାନସଭା ଆଗରେ ମହାସମାବେଶ କରିବାକୁ ସଜବାଜ ହେଉଛି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ । ଶିକ୍ଷକ ସଂଘ ଗୁଡିକର ଏଭଳି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ତେବେ ସରକାର ସେମାନଙ୍କ ଦାବିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବେ ବୋଲି ଆଶା ରଖିଛନ୍ତି ଶିକ୍ଷକ ସଂଗଠନ । 



ତେଣେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ନେଇ ବିଦ୍ୟାଳୟ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗତ ୬ ତାରିଖରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିଲା। ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ।  ଆଗାମୀ ଦିନରେ ଶିକ୍ଷକଙ୍କ ସବୁ ସମସ୍ୟା ଦୂରହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏଣେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ସମାବେଶ କରିଛି ନିଖିଳ ଓଡ଼ିଶା ପାଚକ ପାଚିକା ସଂଘ । ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବସିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୮ ହଜାରୁ ଅଧିକ ପାଚିକା। ନିୟମିତ ନିଯୁକ୍ତି ସହ ଦୈନିକ ସର୍ବନିମ୍ନ ମଜୁରୀ ୪୬୨ ଟଙ୍କା ହାରରେ ମାସକୁ ୧୩ ହଜାର ୮୬୦ ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଆନ୍ଦୋଳନ ଯୋଗୁଁ ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ବାଧାପ୍ରାପ୍ତ ହୋଇଛି ।... 

Advertisment
Advertisment