Advertisment

Team India Prepares: ସରିଲା ପ୍ରାକ୍ଟିସ୍, କାଲି ଲଢ଼େଇ...ବାରବାଟୀରେ ଦୁଇ ଦଳଙ୍କ ଅଭ୍ୟାସ

ଆସନ୍ତାକାଲି ଇଣ୍ଡିଆ-ସାଉଥ ଆଫ୍ରିକା ବାରବାଟୀ ଟକ୍କର। ତାପୂର୍ବରୁ ଆକାଶଛୁଆଁ ହେଲାଣି ଦର୍ଶକଙ୍କ ରୋମାଞ୍ଚ। ଚାରିଆଡ଼େ କ୍ରିକେଟ୍ ଫିବର୍। ଇଏ ଆଜିର ଚିତ୍ର...ମ୍ୟାଚ୍ ବେଳେ ଗ୍ୟାଲେରୀରେ ଦର୍ଶକ ବସିବା ଭଳି ଟିମ୍ ଇଣ୍ଡିଆର ଅଭ୍ୟାସ ଦେଖିବାକୁ ବି ଷ୍ଟାଡିୟମରେ ଲାଗିଥିଲା ଖଚାଖଚ ଭିଡ଼।

author-image
Manas Ranjan Mohanty
BARABATI-PRACTICE--CRAZE

BARABATI-PRACTICE--CRAZE Photograph: (OTV)

ଆସନ୍ତାକାଲି ଇଣ୍ଡିଆ-ସାଉଥ ଆଫ୍ରିକା ବାରବାଟୀ ଟକ୍କର। ତାପୂର୍ବରୁ ଆକାଶଛୁଆଁ ହେଲାଣି ଦର୍ଶକଙ୍କ ରୋମାଞ୍ଚ। ଚାରିଆଡ଼େ କ୍ରିକେଟ୍ ଫିବର୍। ଇଏ ଆଜିର ଚିତ୍ର...ମ୍ୟାଚ୍ ବେଳେ ଗ୍ୟାଲେରୀରେ ଦର୍ଶକ ବସିବା ଭଳି ଟିମ୍ ଇଣ୍ଡିଆର ଅଭ୍ୟାସ ଦେଖିବାକୁ ବି ଷ୍ଟାଡିୟମରେ ଲାଗିଥିଲା ଖଚାଖଚ ଭିଡ଼। ପୂରା ଫୁଲ୍ ହୋଇଯାଇଥିଲା ୬ ଆଉ ୭ ନମ୍ବର ଗ୍ୟାଲେରି। କିଏ ଜାତୀୟ ପତାକା ଉଡ଼ାଇ ଚିୟରଅପ୍ କରୁଥିଲା, ଆଉ କିଏ ଆଜିଠୁ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ଖୁସି ମନାଉଥିଲା।

Advertisment

ପଡ଼ିଆରେ ଝାଳବୁହାଉଥିବା ଖେଳାଳିଙ୍କୁ ଦେଖି ସମସ୍ତେ ଖୁସ୍। କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳିମାନେ ଷ୍ଟାଡିୟମ ଯାଇ ଅଭ୍ୟାସ କରିଛନ୍ତି। ଦିନ ସାଢେ ଗୋଟାଏରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ କସରତ କରିଛନ୍ତି ପିଚ୍ ରେ। ତନ୍ନ ତନ୍ନ କରି ପରଖିଛନ୍ତି ବାରବାଟୀର ନାଲି ପିଚ୍ କୁ। କ୍ୟାପନେଟ୍ ସୂର୍ଯ୍ୟକୁମାରଙ୍କଠୁ ଆରମ୍ଭ କରି ଅଭିଷେକ ଶର୍ମା, ବୁମରା ଓ ଅନ୍ୟ ଖେଳାଳିମାନେ ଜୋରଦାର ଅଭ୍ୟାସ କରିଛନ୍ତି। ଆହତ ପାଇଁ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଓ୍ୱାନଡେରୁ ବାଦ ପଡ଼ିଥିବା ଟି-ଟ୍ବେଣ୍ଟି ଭାଇସ୍ କ୍ୟାପଟେନ୍ ଶୁଭମନ ଗିଲ୍ ବି ଫିଟ୍ ହୋଇ ଅଭ୍ୟାସ କରିଛନ୍ତି। କୋଚ୍ ଗୌତମ ଗମ୍ଭୀର ଖେଳାଳିଙ୍କୁ ପଡ଼ିଆରେ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ଇଣ୍ଡିଆର ପ୍ରାକ୍ଟିସ୍ ପରେ ବାରବାଟୀ ଯାଇ ଅଭ୍ୟାସ କରିଛି ଟିମ୍ ସାଉଥଆଫ୍ରିକା। 

ହେଲେ ପରାଜୟ ଟ୍ରାକରେ ବ୍ରେକ୍ ଲଗାଇ ଏଥର ନୂଆ ଇତିହାସ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ପ୍ରେସମିଟରେ କ୍ୟାପନେଟ୍ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ପ୍ଲେଇଂ କମ୍ବିନେସନରେ  ଅଧିକ ଅଦଳବଦଳ କରାଯାଇନପାରେ। ଅର୍ଥାତ ଟିମରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସଞ୍ଜୁଙ୍କ ସ୍ଥାନ ନେବେ ଭାଇସ କ୍ୟାପନେଟ୍ ଗିଲ୍ । ଅଭିଷେକ ଶର୍ମା ଓ ଶୁବମନ ଗିଲ୍ କରିପାରନ୍ତି ଓପନିଂ। ତିନି ନମ୍ବରରେ କ୍ୟାପଟେନ୍ ଏବଂ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ ସଞ୍ଜୁ ସାମସନ। ବାରବାଟୀରେ ଆଗରୁ ଖେଳିଥିବାରୁ ବେଶୀ କିଛି ସମସ୍ୟା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍କାଏ ।  



୫ ମ୍ୟାଚ ବିଶିଷ୍ଟ ଭାରତ-ସାଉଥ ଆଫ୍ରିକା ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯାଉଛି। ତ୍ରୁଟିଶୂନ୍ୟ ମ୍ୟାଚ୍ ପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ଆଜି ଫ୍ଲଡ୍ ଲାଇଟ ଗୁଡ଼ିକର ଯାଞ୍ଚ କରାଯାଇଛି। ଭଳିକିଭଳି ରଙ୍ଗୀନ ଆଲୁଅରେ ସଜେଇ ହୋଇଛି ଷ୍ଟାଡିୟମ ଚାରିପାଖ। ଟିମ୍ ଇଣ୍ଡିଆର କ୍ୟାପଠୁ ଆରମ୍ଭ କରି ବିଭିନ୍ନ ଖେଳାଳିଙ୍କ ଜର୍ସି ବି ବିକ୍ରି ହେବା ଆରମ୍ଭ ହୋଇଗଲାଣି । ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ବରେ ରହିବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଧିକାରୀ। ପାର୍କିଂ ପାଇଁ ୬ଟି ସ୍ଥାନରେ ହୋଇଛି ବ୍ୟବସ୍ଥା।ଏବେ ସମସ୍ତଙ୍କ ଅପେକ୍ଷା, କାଲିର ମହାମୁକାବିଲାକୁ।...

Advertisment
Advertisment