• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ସକାଳ ସାଢେ ୯ଟାରେ ବିଏମ୍‌ସି କାର୍ଯ୍ୟାଳୟରେ ମେୟର ଓ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥ ପାଠ ଅନୁଷ୍ଠିତ ହେବ ।

ପୌର ପ୍ରଶାଶକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇବେ । ଏହାପରେ ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟୀ ମେୟର ପାଇଁ ନାମାଙ୍କନ ଦାଖଲ ହେବ ।

ସୂଚନା ଅନୁସାରେ, ଦିନ ୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ । ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ ।

ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ଭାବେ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରାଙ୍କୁ ସୁଯୋଗ ମିଳିପାରେ କଟକ ଭଳି ବସ୍ତିରୁ ନିର୍ବାଚିତ କର୍ପୋରେଟରଙ୍କୁ ସୁଯୋଗ ମିଳିପାରେ । ଡେପୁଟୀ ମେୟର ରେସ୍‌ରେ ଅନେକ ପ୍ରାର୍ଥୀ ଅଛନ୍ତି । ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟର୍ଙ୍କୁ ମଧ୍ୟ ଏହି ପଦଲାଗି ଚୟନ କରାଯାଇପାରେ ।