/odishatv-khabar/media/media_files/2025/12/19/formation-of-new-regional-party-2025-12-19-20-51-32.jpg)
Formation of New Regional Party Photograph: (OTV)
ରାଜ୍ୟ ରାଜନୀତିର ୨ଟି ଚିତ୍ର। ଗୋଟିଏ ପଟେ ବିଜେଡି ପରାଜିତ ନେତାଙ୍କ ମେଳି, ଅନ୍ୟ ପଟେ ବିଜୟ ମହାପାତ୍ର- ମହମ୍ମଦ ମୋକିମ ଭେଟଘାଟ। ଏହାକୁ ନେଇ ସବୁଠି ଚର୍ଚ୍ଚା ଓଡ଼ିଶା ରାଜନୀତିରେ ଜନ୍ମ ନେବ କି ନୂଆ ଦଳ ? ବିଜେଡି ଜାଗା ନେବ କି ନୂଆ ଆଞ୍ଚଳିକ ଦଳ ? ଯଦି ଦଳ ଗଠନ ହୁଏ ତେବେ କିଏ ଧରିବ ମଙ୍ଗ ?
ଗତକାଲିଠୁ ରାଜ୍ୟ ରାଜନୀତିରେ ଏହି ଆଲୋଚନା ଆରମ୍ଭ ହୋଇଥିବା ବେଳେ ଆଜି ବିଜେଡି ନେତାଙ୍କ ମେଳି ଏହାକୁ ଖୋରାକ ଯୋଗାଇଛି । ନୂଆବର୍ଷ ଭୋଜି ଆଳରେ ପାୱାର ଶୋ କରିଛନ୍ତି ବିଜେଡିର ଗୋଟିଏ ଗୋଷ୍ଠୀ। ଭୁବନେଶ୍ୱର ଉପକଣ୍ଠରେ ୫୦ରୁ ଉର୍ଦ୍ଧ୍ୱ ଅସନ୍ତୁଷ୍ଟ ଆଉ ପରାଜିତ ନେତାଙ୍କ ମେଳି। ଏଥିରେ ଥିଲେ ପ୍ରୀତିରଞ୍ଜନ ଘଡେ଼ଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ର ସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ, ମହିଧର ରଣା, ସଞ୍ଜୟ ଦାସ, କିଶୋର ତରାଇ, ଦେବେଶ ଆଚାର୍ଯ୍ୟ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭୁ ଜାନୀ କହିଛନ୍ତି, ଯୁବ ନେତା ଆଗକୁ ଆସିବା ଦରକାର, ଯୁବ ନେତାଙ୍କୁ ନେଇ ଆଜିଠୁ ଏକ ନୂଆ ସମୀକରଣ ଆରମ୍ଭ ହେବ। ପ୍ରଭୁଙ୍କ ସ୍ୱରରେ ସ୍ୱର ମିଶାଇଛନ୍ତି କିଶୋର ତରାଇ, ଆଉ କହିଛନ୍ତି ନେତୃତ୍ୱ ଦୁର୍ବଳ ପାଇଁ ପଞ୍ଚାୟତ ସ୍ତରର ନେତା ଦଳ ଛାଡୁଛନ୍ତି। ନୂଆ ନେତୃତ୍ୱକୁ ଦାୟିତ୍ୱ ଦେଲେ ବିଜେଡି ଆଗକୁ ବଢିବ। ସେହିପରି ସମ୍ବିତ ରାଉତରାୟଙ୍କ କହିବା କଥା, କିଛି ବ୍ୟକ୍ତି ଟ୍ରାକରେ ପଥର ଦେଇ ବିଜେଡିକୁ ଡିରେଲ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏବେ ଆଉ ହେବନି । ଅନ୍ୟପଟେ ମେଳିକୁ ନେଇ ପଚାରିବାରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠି କହିଛନ୍ତି ଆମେ ହାରିକି ଅଛୁ, କେହି ଆମର ବଙ୍କା କରି ପାରିବେନି।
ତେବେ ଆଜି କେବଳ ବିଜେଡି ନେତାଙ୍କ ଭୋଜି ନୁହେଁ, ଗତକାଲି ବିଜୟ-ମୋକିମ ଭେଟଘାଟ ପରେ ବି ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କଂଗ୍ରେସରୁ ବହିଷ୍କୃତ ହୋଇଥିବା ମୋକିମ ହଠାତ୍ ପହଞ୍ଚିଥିଲେ ପୁରୁଖା ନେତା ବିଜୟ ମହାପାତ୍ରଙ୍କ ଘରେ । ଢେର ସମୟ ଧରି ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଚର୍ଚ୍ଚା ଆଲୋଚନା। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଭେଟଘାଟ ବ୍ୟକ୍ତିଗତ ଥିଲା। ଅନ୍ୟ ପଟେ ବିଜୟ ମହାପାତ୍ର ମଧ୍ୟ ଭେଟଘାଟକୁ ବ୍ୟକ୍ତିଗତ ଦର୍ଶାଇଥିଲେ ବି ଇସାରା ଦେଇ କହିଥିଲେ ୨୦୨୬ରେ ଓଡିଶା ରାଜନୀତିରେ ଅନେକ କିଛି ଘଟଣା ଘଟିବାକୁ ଯାଉଛି। କୁହାଯାଉଛି କଂଗ୍ରେସ ଛାଡିଥିବା ମୋକିମ ଏକ ଆଞ୍ଚଳିକ ଦଳ ଗଢି ପାରନ୍ତି। ଭକ୍ତ ପିସିସି ସଭାପତି ହେବା ପରେ କଂଗ୍ରେସର ଉପକୂଳ ଏବଂ ବରିଷ୍ଠ ଅନେକ ଅଣଦେଖା ନେତା ମୋକିମଙ୍କ ଯୋଗାଯୋଗରେ ଅଛନ୍ତି। ସମାନ ଢଙ୍ଗରେ ରାଜ୍ୟ ରାଜନୀତିର ପୁରୁଖା ଖେଳାଳି ବିଜୟ ମହାପାତ୍ରଙ୍କ ସହ ମଧ୍ୟ ଅନେକ ଅସନ୍ତୁଷ୍ଟ ବିଜେଡି ନେତା ବି ଯୋଗଯୋଗରେ ଥିବା କୁହାଯାଉଛି।
ରାଜ୍ୟ ରାଜନୀତିର ଏମିତି ସ୍ଥିତିରେ ଯଦି ନୂଆ ରାଜନୈତିକ ଦଳ ତିଆରି ହୁଏ ତାହେଲେ କିଏ ଏହାର ନେତୃତ୍ୱ ନେବେ। ବିଜେଡି ବାଦ୍ ଓଡିଶାରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଥିଲେ ମଧ୍ୟ ସଫଳ ହୋଇନାହିଁ।
Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

Mystery Death: ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ଲାସ୍, କାଳ ହେଲା କି ଲିଭ୍-ଇନ୍ ରିଲେସନ୍ ?

KISS Student Murder: OHRCରେ କିସ୍ ଛାତ୍ର ହତ୍ୟା ମାମଲା, ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଆବେଦନ

Miracle at Hirakud: ଯୁବତୀ ପାଇଲେ ପୁନର୍ଜନ୍ମ, ଉଦ୍ଧାର ହେଲେ ହୀରାକୁଦ ଡ୍ୟାମର ଗଭୀର ଜଳରୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)