Advertisment

BJD Leaders Lose Cool: ଏକାଠି ହୋଇଥିଲେ ୫୦ରୁ ଅଧିକ ବିଜେଡି ନେତା, ସମ୍ବିତ କହିଲେ ରାଜୁ କହିବେ ... ରାଜୁ ସିଧା ଭାଷା କହିଦେଲେ

ଖବର ପାଇ ଭୁବନେଶ୍ବରରୁ ପହଞ୍ଚି ଯାଇଥିଲେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି । ଦୀର୍ଘ ସମୟ ଧରି ନେତାଙ୍କ ଭୋଜିଭାତ ଚାଲିଥିବା ଫାର୍ମ ହାଉସ ବାହାରେ ଅପେକ୍ଷା କରି ରହିଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ବାହାରକୁ ବାହାରିଥିଲେ ରାଜୁ ସାହୁ ଓ ସମ୍ବିତ ରାଉତରାୟ ।

author-image
OTV Bureau
Raju-sahoo-in-bjd-meeting

Raju-sahoo-in-bjd-meeting Photograph: (OTV)

ଏକାଠି ହୋଇଥିଲେ ୫୦ରୁ ଅଧିକ ବିଜେଡି ନେତା । ଖବର ପାଇ ପହଞ୍ଚି ଯାଇଥିଲେ ସାମ୍ବାଦିକ । ବହୁ ସମୟ ଅପେକ୍ଷା କଲା ପରେ ବାହାରିଲେ ଦୁଇ ନେତା । ରାଜୁ ସାହୁ, ସମ୍ବିତ ରାଉତରାୟ ସାମ୍ବାଦିକଙ୍କ ସାମ୍ନାକୁ ଆସିଲେ । ସମ୍ବିତ କହିଲେ ରାଜୁ କହିବେ, ରାଜୁ ସିଧା ଭାଷା ଲଗାଇ ଶୋଧିଲେ । 

Advertisment



ଭଲ ଭାବେ ଶୁଣି ପାରିଲେନି ବୋଧେ ବିଜେଡି ନେତା ତଥା ପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ କଣ କହିଲେ । ହଉ ବ୍ୟସ୍ତ ହୁଅନ୍ତୁନି ଆପଣମାନଙ୍କୁ ଆମେ ପୁଣି ଥରେ ରାଜୁ ବାବୁଙ୍କ କଥା ଉପର ଭିଡିଓରେ କ୍ଲିକ କରି ଶୁଣିପାରିବେ । 

କାନକୁ ବିଶ୍ବାସ କରିପାରିଲେନି ନା । ନାଇଁ ଆପଣ ଯାହା ଶୁଣିଲେ ତାହା ପୂରା ୨୪ କ୍ୟାରେଟ ସତ । ଇଏ ଆମ ରାଜୁ ବାବୁଙ୍କ ଭାଷା ଜ୍ଞାନ । କଥାଟି କଣ ଟିକେ ଜାଣନ୍ତୁ । ଆଜି ଚନ୍ଦକା ନିକଟ ଝୁମୁକା ପାଖରେ କିଛି ବିଜେଡି ନେତା ଏକାଠି ହୋଇଥିଲେ । ମହେଶ ସାହୁ, ରଘୁ ସାହୁ, ଡାନି ଘଡ଼େଇ, ପୁଷ୍ପେନ୍ଦ୍ର ସିଂହଦେଓ, ଜିତୁ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ରାଜୁ ସାହୁ ପ୍ରମୁଖ ପ୍ରାୟ ୫୦ରୁ ଅଧିକ ନେତା ଏକାଠି ହୋଇଥିଲେ । ଏକାଠି ହୋଇଥିବା ନେତାମାନଙ୍କ ମଧ୍ୟରେ ଅଧିକାଂଶ ଗଲା ନିର୍ବାଚନରେ ହାରିଥିଲେ ।  ଏକାଠି ଏତେ ବିଜେଡି ନେତା ଏକାଠି ହୋଇଥିବାରୁ ସାରା ରାଜ୍ୟରେ ଫୁସୁରୁ ଫାସର ଆରମ୍ଭ ହୋଇଯାଇଥିଲା ।

ଖବର ପାଇ ଭୁବନେଶ୍ବରରୁ ପହଞ୍ଚି ଯାଇଥିଲେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି । ଦୀର୍ଘ ସମୟ ଧରି ନେତାଙ୍କ ଭୋଜିଭାତ ଚାଲିଥିବା ଫାର୍ମ ହାଉସ ବାହାରେ ଅପେକ୍ଷା କରି ରହିଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ବାହାରକୁ ବାହାରିଥିଲେ ରାଜୁ ସାହୁ ଓ ସମ୍ବିତ ରାଉତରାୟ । ସାମ୍ବାଦିକଙ୍କ ପାଖରେ ପହଞ୍ଚି ସମ୍ବିତ କହିଲେ ବଡ଼ ଭାଇ ରାଜୁ ସାହୁ କହିବେ । ସମ୍ବିତଙ୍କ କଥାରୁ ଲାଗୁଥିଲା ରାଜୁ ସିଆଡୁ ପୂରା ରାଗିକି ଆସିଛନ୍ତି । ଝାଡ଼ିଦେବେ ।

Advertisment

ବୁମ୍ ଲାଗିଲା ରାଜୁଙ୍କ ମୁହଁରେ । ଆଉ ବୁମ୍ ଲାଗୁ ଲାଗୁ ରାଜୁ ଆରମ୍ଭ କରିଦେଲେ ଭାଷା । ରାଜୁ କହିଲେ ଶୁଣ ଟିକେ ଭାଇ, ତୁମେ ମାନେ କେହି ବ୍ୟସ୍ତ ହୁଅନି । ଆମେ ଶୁଣିଲୁ ତୁମେ ବହୁତ ବେଳୁ ଆସି ଅଛ । ସେଥିପାଇଁ ଆମେ ଦୁଇ ଭାଇ କଥାବାର୍ତ୍ତା ହୋଇ ଆସିଲୁ । ତମେ କଣ ପାଇଁ ଅପେକ୍ଷା କରିଛ ଆମେ ଜାଣିପାରୁଛୁ । ତୁମେ ନେଗେଟିଭ ଚର୍ଚ୍ଚା ବିଲକୁଲ କରନାହିଁ । କାରଣ ଆମେ ହାରିକି ଅଛୁ । କିଛି ବଙ୍କା ହେବାର ନାହିଁ । ବଙ୍କା ପୂର୍ବରୁ ଯେଉଁ ଶବ୍ଦଟି ରାଜୁ ବାବୁ କହିଲେ ତାକୁ ଆମେ ଏଠି ଲେଖିପାରୁନାହୁଁ କି ସଭ୍ୟ ସମାଜରେ ତାହା କୁହାଯାଇ ପାରିବ ନାହିଁ । ଭାଷା ଲଗାଇ କହିଥିଲେ ବି ରାଜୁ କିନ୍ତୁ ସେଥିନେଇ କୌଣସି ପ୍ରକାର ଅନୁଶୋଚନା ବି ପ୍ରକାଶ କରିନଥିଲେ । ରାଜୁ ଭାଷା କହୁଥିବା ବେଳେ ବାଁ ପଟେ ଛିଡ଼ା ହୋଇ ମୁରୁକି ହସା ହସୁଥିଲେ ଦାମ ନନ୍ଦନ ସମ୍ବିତ ।

ପରାଜୟ ଗ୍ଲାନିରେ ଜର୍ଜରିତ ରାଜେନ୍ଦ୍ର ସାହୁ ସାମ୍ବାଦିକମାନଙ୍କୁ ଦେଖି ଏମିତି ଚିହିଁକି ଉଠିଥିବା ତାଙ୍କ ହାବଭାବରୁ ଜଣାପଡୁଥିବା ବେଳେ ପରାଜୟ ରାଗ ସାମ୍ବାଦିକଙ୍କ ଉପରେ ଶୁଝାଇବାକୁ ସାଧାରଣରେ ନାପସନ୍ଦ କରାଯାଇଛି । 

Advertisment
Related Articles
Advertisment