/odishatv-khabar/media/media_files/2025/12/17/sanjay-upasana-2025-12-17-15-15-34.jpg)
SANJAY-UPASANA Photograph: (OTV)
ବ୍ରହ୍ମଗିରି କେନାଲ ଖୋଳା ହଙ୍ଗାମା ପଛରେ କିଏ ? ଉପାସନା କହିଲେ, ବିବାଦ ପଛରେ ତଡିପାର ନେତା । ଲୋକଙ୍କୁ ଉସକାଇ ନାଳକୁ ପଠାଇଲେ ସଂଜୟ ।
ବ୍ରହ୍ମଗିରିକୁ ଅଶାନ୍ତ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ସଞ୍ଜୟ କହିଲେ, ଜୋରଜବରଦସ୍ତ ନକରି ଆଇନ ଅନୁସାରେ କାମ କରୁ ପ୍ରଶାସନ ।
ରାଜନୀତିର ଫନ୍ଦିରେ ଫସିଗଲା ଦୁଇ ଗାଁ। ବ୍ରହ୍ମଗିରି କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହେଲେ। ନିଜ ଭିଟାମାଟି ରକ୍ଷା କରିବା ପାଇଁ ଆଇନକୁ ହାତକୁ ନେଲେ। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଓ ବର୍ତ୍ତମାନର ବିଧାୟିକା ଉପାସନା ମହାପାତ୍ର। ପୁରା ଘଟଣାକୁ ନେଇ ଉପାସନା ସଞ୍ଜୟଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ଯେତେବେଳେ ସୁରୁଖୁରୁରେ ସବୁକିଛି ସମ୍ପାଦନ ହେଉଥିଲା ସେତିକିବେଳେ ପୂର୍ବତନ ବିଧାୟକ ହରିଦାସ ଗାଁ ଲୋକଙ୍କୁ ଉସକାଇଲେ। ଏପରିକି BNS ଧାରା 163 ଲାଗୁ ହୋଇଥିଲେ ମଧ୍ୟ ଏହାକୁ ଖାତିର ନକରି ଲୋକେ ନାଳ ଭିତରେ ପଶି ପୋଲିସ ସହ ଧସ୍ତାଧସ୍ତି ହେଲେ। ନିଜେ ପୂର୍ବତନ ବିଧାୟକ ୨୦୧୮ରେ ଏହି ପ୍ରକଳ୍ପ ପାଇଁ ଚିଠି ଲେଖିଥିଲେ, ୨୦୨୩ରେ ଟଙ୍କା ମଞ୍ଜୁର ହେଲା, ଆଉ ଏବେ କାମ ଆରମ୍ଭ ବେଳକୁ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଉପାସନା।
ସେପଟେ ସଞ୍ଜୟ ମଧ୍ୟ ଗାଁ ଲୋକଙ୍କ ସହିତ ରାତି ତମାମ ଛିଡା ହୋଇ ବିକ୍ଷୋଭ ଓ ପ୍ରତିବଦ କରିଥିଲେ। ଗୋଚର ଜମିରେ ନାଳ ଖୋଳା ଯାଉଛି ତାର ଡିରିଜର୍ଭ ହୋଇ ନାହିଁ। ଲୋକଙ୍କ ସ୍ଥିତିବାନ ଜମି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବାରୁ ତାର ଅଧିଗ୍ରହଣ ହୋଇଛି କି ବୋଲି ପ୍ରଶ୍ନ କରି ସିଧା ଜିଳ୍ଲା ଓ ବ୍ଲକ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ଲୋକଙ୍କ ସହ ବୁଝାମଣା ନକରି ଯେଉଁଭଳି ଭାବରେ ୨୦ ପ୍ଲାଟୁନ ପୋଲିସ ଛିଡା କରି କେନାଲ ଖୋଳାଗଲା ତାକୁ କଡା ସମାଲୋଚନା କରିଛନ୍ତି ସଞ୍ଜୟ। ଏପରିକି ପୋଲିସ ଯେଉଁଭଳି ଗ୍ରାମବାସୀଙ୍କୁ ଉଠାଇ ନେଇ ଗିରଫ କରିଛି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ହରିଦାସ ଗ୍ରାମ ଦେଇ ଏକ ନିଷ୍କାସନ କେନାଲ ଯାଇଛି ।ଏହି ନାଳ ଦେଇ ଚିଲିକାକୁ ସ୍ଥାନୀୟ ଅଂଚଳର ଜଳ ନିଷ୍କାସନ ହୋଇ ଥାଏ । ଦୀର୍ଘ ବର୍ଷ ହେବ କୁସୁବେଣ୍ଟି ଓ ହରି ଦାସ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଥିଲା । ହରିଦାସ ଗ୍ରାମ ଲୋକ ମାନେ ଏହି ନାଳରେ ଏକ ବନ୍ଧ ପକାଇ ପାଣି ଛାଡ଼ୁ ନଥିଲେ । ଗ୍ରାମ ବାସୀ ମନେ ଦାବି କରି ଆସୁଥିଲେ ସେହି ବାଟ ଦେଇ ପାଣି ଗଲେ ସେମାନଙ୍କ ଜୀବିକା ବୁଡି ଯିବ।ସେମାନଙ୍କ ଚିଙ୍ଗୁଡ଼ି ପୋଖରୀ ବୁଡି ଯିବ ।ତେଣୁ ମରିବୁ ପଛେ ଛାଡ଼ିବୁ ନାହିଁ ବୋଲି ଅଡି ବସିଥିଲେ ।
ଘଟଣା ସ୍ଥଳରେ ପୋଲିସ ମୁତୟନ ଥିବା ବେଳେ ଏବେ ବି ଦୁଇ ଗାଁ ଭିତରେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।
Money Flows Freely at IPL 2026 Auction: ସବୁଠୁ ଦାମୀ କାମେରନ୍ ଗ୍ରୀନ୍, ରାତାରାତି କୋଟିପତି ହେଲେ କ୍ରିକେଟର

Odisha Youth Returns Home: ସୁଦାନରୁ ଫେରିଲେ ଓଡିଆ ଯୁବକ, ଅପହରଣ କରି ନେଇଥିଲା ବିଦ୍ରୋହୀ ଆତଙ୍କୀ ସଂଗଠନ

Sting Operation at Sub-Jail: ଲାଞ୍ଚ ନେଉଥିଲେ ଜେଲର ବାବୁ! ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ

KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)