Advertisment

Nuapada Bypoll: ଭୋଟ୍ ଦେଉଛି ନୂଆପଡ଼ା: ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ

ଭୋଟ୍ ଦେଉଛି ନୂଆପଡ଼ା। ସକାଳ ୯ଟା ସୁଦ୍ଧା ୧୪.୯୯% ଭୋଟିଂ। ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ। ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ। ଅନ୍ୟ ବୁଥରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ।

author-image
Chinmayee Sahoo
Nuapada Election

Nuapada Election Photograph: (OTV)

ଭୋଟ୍ ଦେଉଛି ନୂଆପଡ଼ା। ସକାଳ ୯ଟା ସୁଦ୍ଧା ୧୪.୯୯% ଭୋଟିଂ ହୋଇଛି । ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସୁନାବେଡ଼ାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ। ଅନ୍ୟ ବୁଥ୍ ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍ ଦେଇପାରିବେ।

Advertisment

ସକାଳ ୫ଟା ୩୦ରେ ମକପୋଲ ହୋଇଥିଲା। ମକ ପୋଲ ସମୟରେ ୩ଟି ଇଭିଏମ ୟୁନିଟ ତ୍ରୁଟି ଦେଖାଦେବାରୁ ତାକୁ ବଦଳାଯାଇଛି । ଭୋଟ ବେଳେ ୭୬ ନମ୍ବର ବୁଥରେ ଗୋଟିଏ ଇଭିଏମ ତ୍ରୁଟି ଦେଖାଦେବାରୁ ତାକୁ ପରିବର୍ତ୍ତନ କରାଯାଇଛି। କୌଣସି ଆଇନଶୃଙ୍ଖଳା ସ୍ଥିତି ଉପୁଜିନି। ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି।

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ମୋଟ୍ ୩୫୮ଟି ବୁଥ୍। ଯାହା ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ। ପ୍ରତି ପୋଲିଂ ପାର୍ଟିରେ ଅଛନ୍ତି ୫ ଜଣିଆ ଟିମ୍। ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ୧୪ ଜଣ ଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର। ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ ଅଛନ୍ତି। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳ।

Advertisment


•    ଭୋଟ୍ ଦେଉଛି ନୂଆପଡ଼ା
•    ସକାଳ ୯ଟା ସୁଦ୍ଧା ୧୪.୯୯% ଭୋଟିଂ
•    ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ
•    ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ
•    ଅନ୍ୟ ବୁଥରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ
•    ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ବୁଥ୍
•    ପ୍ରତି ପୋଲିଂ ପାର୍ଟିରେ ଅଛନ୍ତି ୫ ଜଣିଆ ଟିମ୍

nuapada by poll
Advertisment
Related Articles
Advertisment