/odishatv-khabar/media/media_files/2025/11/11/delhi-blast-2025-11-11-10-51-43.jpg)
Delhi Blast Photograph: (OTV)
ଦିଲ୍ଲୀ ବ୍ଲାଷ୍ଟ ମାମଲାରେ ସାମ୍ନାକୁ ଆସିଲା ବଡ଼ ସୁରାଗ୍ । ଫରିଦାବାଦରେ ପୋଲିସର ରେଡ୍ ପରେ ହଡ଼ବଡେଇ ଯାଇଥିଲେ ଆତଙ୍କୀ। ୩୦୦ କିଲୋ ଆମୋନିୟମ ନାଇଟ୍ରେଟ ଜବତ ହୋଇଯିବା ପରେ ଆତଙ୍କୀ ଉମର୍ ହଡ଼ବଡ଼େଇ ଯାଇ ବନାଇଥିଲା ଦିଲ୍ଲୀ ବ୍ଲାଷ୍ଟ ପ୍ଲାନ୍ ।
ସୂଚନା ଅନୁସାରେ, ବ୍ଲାଷ୍ଟ କରିଥିବା ଆତଙ୍କୀ ହେଉଛି ମହମ୍ମଦ ଉମର୍ । ନିଜର ଦୁଇ ଆତଙ୍କୀ ସାଥୀଙ୍କ ସହିତ ବିସ୍ଫୋରଣ ପ୍ଲାନ୍ ବନାଇଥିଲା ଉମର୍ । ଫରିଦାବାଦରେ ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଉମର । ଜମ୍ମୁ କାଶ୍ମୀର, ହରିୟାଣା ପୋଲିସ ଉମରକୁ ଖୋଜୁଥିଲା । ପରେ ଭୟଭୀତ ହୋଇ କାରରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି ।
ଡିଟୋନେଟର ଲଗାଇ କାର୍ କୁ ବିସ୍ଫୋରଣରେ ଉଡ଼ାଇଥିବା ସୂଚନା ମିଳିଛି । କାର୍ ରେ ମିଳିଥିବା ମୃତଦେହର ହେବ ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନଏ ଟେଷ୍ଟ । NCR ଫରିଦାବାଦରୁ ୩୦୦ କିଲୋ ଆମୋନିୟମ ନାଇଟ୍ରେଟ ସହିତ AK-47 ବି ଜବତ କରିଥିଲା ପୋଲିସ୍।
• ଲାଲକିଲ୍ଲା ବିସ୍ଫୋରଣ ସହ ଫରିଦାବାଦର ଲିଙ୍କ୍ ସାମ୍ନାକୁ ଆସିଲା
• ଫରିଦାବାଦରେ ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଉମର
• ଜମ୍ମୁ କାଶ୍ମୀର, ହରିୟାଣା ପୋଲିସ ଉମରକୁ ଖୋଜୁଥିଲା
• ଭୟଭୀତ ହୋଇ କାର୍ ରେ ବିସ୍ଫୋରଣ କରିଥିବା ସୂଚନା
• ଡିଟୋନେଟର ଲଗାଇ କାର୍ କୁ ବିସ୍ଫୋରଣରେ ଉଡ଼ାଇଥିବା ସୂଚନା
• କାରରେ ମିଳିଥିବା ମୃତଦେହର ହେବ ଡିଏନ୍ ଏ ଟେଷ୍ଟ
• ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନ୍ ଏ ଟେଷ୍ଟ
Nationwide High Alert: ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ, ଓଡିଶାରେ ବି ବଢିଲା ସୁରକ୍ଷା

Delhi Blast Case: ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ, i20 କାରରେ ବସିଥିଲା ସନ୍ଦିଗ୍ଧ ଯୁବକ

Bihar Election: ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ମତଦାନ ଆରମ୍ଭ, ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)