/odishatv-khabar/media/media_files/2025/11/11/delhi-blast-2025-11-11-10-24-10.jpg)
Delhi Blast Photograph: (OTV)
ଦିଲ୍ଲୀ ବିସ୍ଫୋରଣର ଠିକ୍ ପୂର୍ବରୁ ଘଟିଥିଲା କଣ ? ସାମ୍ନାକୁ ଆସିଲା ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ଯେଉଁଥିରେ ନଜର ଆସିଛି ଦିଲ୍ଲୀ ବିସ୍ଫୋରଣ ଘଟଣା ସନ୍ଦିଗ୍ଧ ଯୁବକ ଉମର। i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି ।
ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା ସଂପୃକ୍ତ କାର୍ । ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର୍ । ଗତକାଲି ଅପରାହ୍ନ ୩ଟା ୧୯ରେ କିଲର୍ i-20 ପ୍ରବେଶ କରିବା ସହିତ ସନ୍ଧ୍ୟା ୬ଟା ୪୮ ପର୍ଯ୍ୟନ୍ତ ସେଠାରେ ଛିଡ଼ା ହୋଇଥିଲା । ପରେ ସେଠାରୁ ଧୀର ଗତିରେ ବାହାରିଆସି ରେଡ୍ ଲାଇଟ୍ ନିକଟରେ ପହଞ୍ଚିଥିଲା ।
ଏହାପରେ ସଂଧ୍ୟା ୬ଟା ୫୨ ମିନିଟ୍ ରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା । ପାର୍କିଂରେ ପ୍ରବେଶ କରିବା ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟଏକ ସିସିଟିଫି ଫୁଟେଜରେ ସେହି କାରଟି ଦିଲ୍ଲୀର ଜନଗହଳି ଅଞ୍ଚଳରେ ମଧ୍ୟ ଥିବା ଦେଖିବାକୁ ମିଳିଛି ।
• ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ
• ନଜର ଆସିଲା ଦିଲ୍ଲୀ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଯୁବକ
• i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକ ଉମରର ଫଟୋ ଆସିଲା
• ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିଲା
• ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା କାର୍
• ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା କାର୍
• ଅପରାହ୍ନ ୩ଟା ୧୯ରେ ଆସିଥିଲା, ସନ୍ଧ୍ୟା ୬ଟା ୪୮ରେ ଛାଡ଼ିଥିଲା
• ସଂଧ୍ୟା ୬ଟା ୫୨ ମିନିଟରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା
• ପାର୍କିଂରେ ପ୍ରବେଶ ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିଲା
Bihar Election: ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ମତଦାନ ଆରମ୍ଭ, ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ

Delhi explosion case: ଦିଲ୍ଲୀ ବିସ୍ଫୋରଣ: ଆସିଲା ପୁଲୱାମା ଲିଙ୍କ୍, ବ୍ୟବହୃତ ହୋଇଥିଲା i-20 କାର

Dharmendra Deol: ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗ ଖବର ଗୁଜବ, ଖଣ୍ଡନ କଲେ ଇଶା ଦେଓଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)